ଭଣ୍ଡାରିପୋଖରୀରେ ବନ୍ୟାଜଳରେ ଭାସିଆସିଲା ୧୨ ଫୁଟ୍ର ଅଜଗର
ଭଦ୍ରକ, ୧୯ ଅଗଷ୍ଟ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ରେ ବନ୍ୟାଜଳରେ ଭାସିଆସିଥିବା ଏକ ବିରାଟକାୟ ଅଜଗର ସାପ ରାତିରେ ଉଦ୍ଧାର ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବନ୍ଦାଳୋ-ମଢିଆଳି ପଂଚାୟତର ବୈତରଣୀ ନଦୀବନ୍ଧ ମହେଶପୁର ଗଡାଣି ନିକଟରେ ଗତ ରାତିରେ ୩ ଜଣ ବାଇକ୍ ଆରୋହୀ ଯାଉଥିବାବେଳେ ବନ୍
AJAGAR RESCUE AT BHANDARIPOKHARI


ଭଦ୍ରକ, ୧୯ ଅଗଷ୍ଟ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ରେ ବନ୍ୟାଜଳରେ ଭାସିଆସିଥିବା ଏକ ବିରାଟକାୟ ଅଜଗର ସାପ ରାତିରେ ଉଦ୍ଧାର ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବନ୍ଦାଳୋ-ମଢିଆଳି ପଂଚାୟତର ବୈତରଣୀ ନଦୀବନ୍ଧ ମହେଶପୁର ଗଡାଣି ନିକଟରେ ଗତ ରାତିରେ ୩ ଜଣ ବାଇକ୍ ଆରୋହୀ ଯାଉଥିବାବେଳେ ବନ୍ଧ ଉପରେ ଏକ ବିରାଟକାୟ ଅଜଗର ଅତିକ୍ରମ କରୁଥିବାବେଳେ ତାହା ଉପରେ ଗାଡି ଚଢାଇଦେଇଥିଲେ। ଅଜଗରଟି ହମ୍ପସ୍ ସଦୃଶ ରାସ୍ତା ଉପରେ ଗତି କରୁଥିଲା। ବାଇକ୍ ଆରୋହୀ ତାକୁ ହମ୍ପସ୍ ଭାବି ତାହା ଉପରେ ବାଇକ୍ ଚଢାଇଦେବା ପରେ ସାପଟି ଗୁଡେଇ ହୋଇଯିବାରୁ ତାକୁ ଅଜଗର ବୋଲି ଚିହ୍ନଟ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ସାପଟି ନିକଟ ବୁଦାମୂଳକୁ ଯାଉଥିବାବେଳେ ଗ୍ରାମବାସୀମାନେ ସାହସର ସହ ତାକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ। ବନପାଳ ସୂର୍ଯ୍ୟକାନ୍ତ ପଣ୍ଡା, ବନରକ୍ଷୀ ପ୍ରିୟଙ୍କା ଦାସ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ହଦଗଡ ଜଂଗଲରେ ଆଜି ଛାଡିଥିବାର ଜଣାପଡିଛି। ସାପଟି ୧୨ ଫୁଟ୍ ଲମ୍ବ ଓ ପ୍ରାୟ ୨୫ କିଲୋ ଓଜନ ହେବ ବୋଲି ବନକର୍ମଚାରୀମାନେ ସୂଚନା ଦେଇଛନ୍ତି। ଚଳିତ ବନ୍ୟାଜଳରେ ଜଂଗଲରୁ ବହୁ ସରୀସୃପ ଭାସିଆସୁଥିବାରୁ ସ୍ଥାନୀୟ ଅଂଚଳବାସୀ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande