


ବଲାଙ୍ଗିର 19 ଅଗଷ୍ଟ (ହି.ସ.)ଆଟଗାଁ ପଂଚାୟତ ର କଲ୍ୟାଣ ମଣ୍ଡପରେ ଆଇ.ସି.ଡି.ଏସ୍ ଏବଂ ୱା.ସି.ଡି.ଏ. ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଂଚାୟତ ଘୋଷଣା କରାଗଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ଜିଲ୍ଲା ସଂଯୋଜକ ସରୋଜ ନାଏକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ତ୍ରିପାଠୀ, ଅଙ୍ଗନୱାଡି ସୁପର ଭାଇଜର ସଂଯୁକ୍ତା ବାବୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରୁ ଅରୁଣ କୁମାର ଖୁଆସ, ଆଟଗାଁ ସରପଂଚ ଶାଳିନୀ ସେଠ, ଆଟଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ଷଡଙ୍ଗୀ, ୱା.ସି.ଡି.ଏ ର ଟି.ଏଫ୍.ଟି ପ୍ରୋଗ୍ରାମ ମ୍ୟାନେଜର ଜେୟାତି କୁମାର ରଥ ଅତିଥି ଭାବରେ ଯୋଗଦାନ କରିଥିଲେ । ୱ.ସି.ଡି.ଏ. ର ଜିଲ୍ଲା ସଂଯୋଜିକା ଆନନ୍ଦିନି ରଥ କାର୍ଯ୍ୟକ୍ରମକୁ ପରିଚାଳନା କରରିଥିଲେ । ଆଟଗାଁ ପଂଚାୟତର ଆଠଟି ଗ୍ରାମ୍ୟର ଗ୍ରାମ୍ୟ ଶିଶୁ ସୁରକ୍ଷା କମିଟିମାନଙ୍କୁ ବାଲ୍ୟ ବିବାହ ବନ୍ଦ କରିବା ଦିଗରେ ତାଙ୍କର ପ୍ରଚେଷ୍ଟା ପାଇଁ ସମ୍ମାନିତ କରାଗଲା । ଏହା ସହିତ ସରପଂଚ ଙ୍କୁ ସମ୍ମାନିତ କରାଗଲା । ବାଲ୍ୟ ବିବାହ ର ବିଭିନ୍ନ ଏବଂ ସରକାରୀ ନିୟମ ବିଷୟରେ ଆଲୋଚନା କରାଗଲା । ଏହା ପରେ ଶପଥ ପାଠ କରି ଓା୍ୱ.ସି.ଡି.ଏ ର ବ୍ଲକ ସଂଯୋଜିକା ନିକିତା ଦାଶ କାର୍ଯ୍ୟକ୍ରମରେ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ । ଆଇ.ସି.ଡି.ଏସ୍ ତରଫରୁ ୱା.ସି.ଡି.ଏ. ର ଏପରି ପ୍ରଶଂସନୀୟ କାର୍ଯ୍ୟକ୍ରମ ପାଇଁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ