
ଭୁବନେଶ୍ବର , 19 ଅଗଷ୍ଟ (ହି.ସ.)-
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଦଳର ଉପସଭାପତି ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ପ୍ଲାବିତ ଅଞ୍ଚଳ ଗସ୍ତ କରି ପ୍ରଭାବିତ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ କିଭଳି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ପ୍ରଶାସନ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ । କେନ୍ଦ୍ରାପଡା ଜିଲ୍ଲାର ସ୍ଥାନୀୟ ବିଜୁ ଜନତା ଦଳର ନେତୃବୃନ୍ଦ ଓ କର୍ମୀଙ୍କ ସହିତ ଆଲୋଚନା କରି କିଭଳି ପ୍ରଭାବିତ ଲୋକଙ୍କୁ ସହାୟତା ଓ ଉଦ୍ଧାର କାର୍ଯ୍ୟ କରାଯିବ ସେ ଦିଗରେ କାର୍ଯ୍ୟ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା