
ଗଞ୍ଜାମ ୧୯ ଅଗଷ୍ଟ (ହି.ସ.) - ବଡ଼ବଜାର ଥାନା ମାମଲା ନମ୍ବର ଛଅଶହ ତେଇଶ ଦୁଇ ହଜାର ଛବିଶ ରେ ଡି ସୁନୀଲ କୁମାର ପାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକହେଲେ ଡି ସୁନୀଲ କୁମାର ପତ୍ର, ବୟସ ତେତିରିଶ, ଗାଁ ଖଣ୍ଡରାବାଲି, ଥାନା ଗଙ୍ଗାପୁର, ଜିଲ୍ଲା ଗଞ୍ଜାମ ଅଭିଯୋଗକାରୀ ଜଣେ ଏକତିରିଶ ବର୍ଷୀୟା ମହିଳା। ସ୍ୱାମୀଙ୍କ ଠାରୁ କୋର୍ଟ ଆଦେଶ ମାଧ୍ୟମରେ ପାଇଥିବା ଚାରି ଲକ୍ଷ ପଚାଶ ହଜାର ଟଙ୍କା କ୍ଷତିପୂରଣ ତାଙ୍କ ଆକାଉଂଟରେ ଥିଲା।
ଅଭିଯୁକ୍ତ ସେହି ଅଂଚଳରେ ରହୁଥିବାରୁ ତାଙ୍କ ସହ ପରିଚୟ କରି ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ବିଶ୍ୱାସ ଜିତି ମହିଳାଙ୍କ ମୋବାଇଲ ପାସୱାର୍ଡ ନେଇ ଫୋନପେ ଆକାଉଂଟରୁ ସମ୍ପୂର୍ଣ୍ଣ ଟଙ୍କା ନିଜ ଆକାଉଂଟକୁ ବଦଳେଇ ଦେଇଥିଲେ। ପଚରାପଚରି କରିବାରୁ ଧମକ ଦେବା ସହ ପରିବାର ଆଗରେ ସମ୍ପର୍କ କଥା କହି ବଦନାମ କରିଥିଲେ। ଆଇନ ଅନୁସାରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ