ବ୍ଲକ ପରିସରରେ ଜମୁଛି ବର୍ଷା ପାଣି, ଅଧିକାରୀ ନୟାନ୍ତ
ନୂଆପଡ଼ା,୧୯ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହୁଥିବାରୁ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ କାମରେ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ବ୍ଲକ ପରିସରର ବିଭିନ୍ନ ସ୍ଥାନରେ
Block parisar re anthue pani


ନୂଆପଡ଼ା,୧୯ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହୁଥିବାରୁ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ କାମରେ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ବ୍ଲକ ପରିସରର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଫଳରେ କାଦୁଅ ଓ ଦୂଷିତ ପାଣି ମଧ୍ୟରେ ଯାତାୟାତ କରିବାକୁ ପଡ଼ୁଛି। ଦୀର୍ଘ ସମୟ ଧରି ଜଳ ନିଷ୍କାସନ ନହେବାରୁ ପରିସରର ପରିବେଶ ମଧ୍ୟ ଅସ୍ୱାସ୍ଥ୍ୟକର ହେବାର ଆଶଙ୍କା ରହିଛି। ବ୍ଲକ କାର୍ଯ୍ୟାଳୟ ଭଳି ଏକ ପ୍ରମୁଖ ସରକାରୀ ପରିସରରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପରିସରରେ ଜମି ରହୁଥିବା ବର୍ଷା ପାଣିର ସ୍ଥାୟୀ ନିଷ୍କାସନ ପାଇଁ ଆବଶ୍ୟକ ନାଳୀ ବ୍ୟବସ୍ଥା କରିବା ସହ ତୁରନ୍ତ ଜମିଥିବା ପାଣି ନିଷ୍କାସନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ବିଡ଼ିଓ ମିଳନ କୁମାର ଝାଙ୍କରଙ୍କୁ ପଚାରିବାରୁ ଡ୍ରେନେଜ ସୁବିଧା ନଥିବାରୁ ଏଭଳି ଅସୁବିଧା ହେଉଥିବା ବେଳେ ତୁରନ୍ତ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande