ବ୍ରହ୍ମପୁର ଡକ୍ଟର୍ସ ଫୋରମର ଵୈଠକ
ଗଂଜାମ, 19 ଅଗଷ୍ଟ (ହି.ସ.) ବାବାଜୀ ତୋଟା ସାହି ସ୍ଥିତ ଜେ ବି ପ୍ରାଙ୍ଗଣ ଠାରେ ଡକ୍ଟର୍ସ ଫୋରମ୍ ପକ୍ଷରୁ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼ା ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୋରମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଫୋରମ୍
Qwer


ଗଂଜାମ, 19 ଅଗଷ୍ଟ (ହି.ସ.) ବାବାଜୀ ତୋଟା ସାହି ସ୍ଥିତ ଜେ ବି ପ୍ରାଙ୍ଗଣ ଠାରେ ଡକ୍ଟର୍ସ ଫୋରମ୍ ପକ୍ଷରୁ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼ା ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୋରମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଫୋରମ୍ ସଭାପତି ତଥା ବରିଷ୍ଟ ଅସ୍ଥି ଶଲ୍ୟ ବିଶାରଦ ଡ଼ା ଶଙ୍କର୍ଷଣ ପାତ୍ର ଅଷ୍ଟିଓଆର୍ଟିକୁଲାର ଡିଜିଜ ବିଷୟରେ ସ୍ଲାଇଡ ମାଧ୍ୟମରେ ଏହି ରୋଗର ନିଦାନ ଚିକିତ୍ସା ଓ ପ୍ରତିଷେଧ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଏବଂ ସଦସ୍ୟ ମାନଙ୍କ ପ୍ରଶ୍ନୋତ୍ତର ର ସଠିକ୍ ଭାବେ ଉତ୍ତର ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜୁ ପଟ୍ଟାନା ୟକ ହୋମିଓପାଥି କଲେଜ ଅଧ୍ୟକ୍ଷା ଡ଼ା ଗୀତାଞ୍ଜଳି ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ପାଦକ ଡ଼ା ଅତୁଲ୍ୟ କୁମାର ପଟ୍ଟନାୟକ ଫୋରମ୍ ର ବିଗତ ଦିନରେ ହୋଇଥିବା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଏହି ମାସରେ ଜନ୍ମିତ ଫୋରମ୍ ସଦସ୍ୟ ମାନଙ୍କ ଦୀର୍ଘଜୀବନ କାମନା କରି ତିନିଥର ତ୍ରୟମ୍ବକେ ମନ୍ତ୍ର ଜପ କରାଯାଇଥିଲା। କୁଆସନ୍ତା ସେପ୍ଟେମ୍ୱର ମାସରେ ଆୟୁର୍ବେଦିକ ଚିକିତ୍ସା କୁ ଭାରତୀୟ ଚିକିତ୍ସାର ମାନ୍ୟତା ପ୍ରଦାନ କରିବା ପାଇଁ ବିଶ୍ଵ ଆୟୁର୍ବେଦ ପରିଷଦ ପକ୍ଷରୁ କରାଯାଇଥିବା ପ୍ରୟାସ କୁ ପ୍ରଶଂସା କରିବା ସହ ଜିଲ୍ଲା ପାଳ ଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି ଙ୍କୁ ଫୋରମ୍ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଶେଷରେ ଫୋରମ୍ ର ଉପ ସଭାପତି ଡ଼ା ସିଧନାଥ କର ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧକ୍ଷ ଡ଼ା ସମରେନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଫୋରମ୍ ର ସହ ସମ୍ପାଦକ ଡ଼ା କିରନ୍ ପାଣିଗ୍ରାହୀ, ଡ଼ାବିପିନ ବିହାରୀ ସାହୁ,ଡ଼ା ପ୍ରଶାନ୍ତ ପଣ୍ଡା, ଡ଼ା ରାଜେନ୍ଦ୍ର ତ୍ରିପାଠୀ,ଡ଼ା ଗାନ୍ଧୀ ଚୌଧୁରୀ, ଡ଼ା ଲିଲିମା ଦାସ, ଡ଼ା ରେଣୁବାଳା ଶତପଥୀ, ଡ଼ା ପ୍ରସନ କର, ଡ଼ା ଅନୀଲ କୁମାର ନାୟକ, ଡ଼ା ସଂସ୍କୃତି ସାହୁ, ଡ଼ା ଦେବୀ ପ୍ରସାଦ ପଟନାୟକ, ଡ଼ା ଟି ଅଜୟ କୁମାର ପାତ୍ର ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ବନ୍ଦେ ମାତରଂ ବନ୍ଦନା ଗାନ ସହ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ ରେ ସମାପ୍ତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande