ଶାରଳା ପୁରସ୍କାର’ ପାଇଁ ମନୋନୀତ ଡ. ଆଶୁତୋଷ ପରିଡ଼ାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶାରଳା ପୁରସ୍କାର’ ପାଇଁ ମନୋନୀତ ଡ. ଆଶୁତୋଷ ପରିଡ଼ାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ପରି଼ଡାଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ''ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ'' ପକ୍ଷରୁ ପ୍ରଦା
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶାରଳା ପୁରସ୍କାର’ ପାଇଁ ମନୋନୀତ ଡ. ଆଶୁତୋଷ ପରିଡ଼ାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ପରି଼ଡାଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, 'ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ' ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ କବି ତଥା ବୈଜ୍ଞାନିକ ଡ. ଆଶୁତୋଷ ପରିଡ଼ାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ଆପଣଙ୍କ ସାରସ୍ୱତ ସାଧନା ଅତୁଳନୀୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ ଓ ଦୀର୍ଘ ସାରସ୍ୱତ ଜୀବନ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande