
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଓଡ଼ିଶାର ୩ଟି ଗୁରୁତତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ ମିଳିଛି। ଏହିସବୁ ପ୍ରକଳ୍ପ ପାଇଁ ୯.୪୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାକୁ କଭର କରୁଥିବା ମଲ୍ଟିଟ୍ରାକିଂ ରେଳ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ରାଜ୍ୟର ରେଳ ଭିତିଭୂମି ଏବଂ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକଳ୍ପଗୁଡ଼ିକ ରେଳ କ୍ଷମତା ବୃଦ୍ଧି କରିବ, ଯାତ୍ରୀ ଏବଂ ସାମଗ୍ରୀର ପରିବହନରେ ଉନ୍ନତି ଆଣିବ, ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ସହିତ ସଂଯୋଗୀକରଣକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ନିରନ୍ତର ଅଭିବୃଦ୍ଧି ଏବଂ ବିକାଶକୁ ସମର୍ଥନ କରିବ।
ଓଡ଼ିଶାର ରେଳ ନେଟୱାର୍କକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଭିତିଭୂମି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ସେମାନଙ୍କର ନିରନ୍ତର ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ମୁଁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା