ବ୍ୟବସାୟିକ ସଂସ୍କାରରେ ଆଇଟିଭିତିକ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ବ୍ୟବସାୟିକ ସଂସ୍କାର କାର୍ଯ୍ୟଯୋଜନା ୨୦୨୬ ଏବଂ ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟଯୋଜନା ୨୦୨୫-୨୬ ଅଧୀନରେ ଆଇଟିଭିତିକ ସଂସ୍କାରର କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
cs


ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ବ୍ୟବସାୟିକ ସଂସ୍କାର କାର୍ଯ୍ୟଯୋଜନା ୨୦୨୬ ଏବଂ ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟଯୋଜନା ୨୦୨୫-୨୬ ଅଧୀନରେ ଆଇଟିଭିତିକ ସଂସ୍କାରର କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି।

ବୈଠକରେ ବିଭିନ୍ନ ବିଭାଗର ଅନଲାଇନ୍ ପୋର୍ଟାଲ, ପ୍ରଣାଳୀ ସମନ୍ୱୟ, ଏଂଟିଟି ଲକର୍ ସଂଯୋଜନ ଏବଂ ସାର୍ବଜନୀନ ଡ୍ୟାସବୋର୍ଡର ବିକାଶ ନେଇ ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଅବଶିଷ୍ଟ ବୈଷୟିକ ତ୍ରୁଟି ଓ ଅଭାବକୁ ଏନଆଇସି , ଓକାକ୍ ଏବଂ ସିଷ୍ଟମ୍ ସମନ୍ୱୟକାରୀ ସଂସ୍ଥାଙ୍କ ସହଯୋଗରେ ଶୀଘ୍ର ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଜି୨ବି ଓ ଜି୨ସି ସେବାଗୁଡ଼ିକୁ ଗୋସ୍ୱିଫ୍ଟ ଏବଂ ଓଡ଼ିଶା ୱାନ ସହ ସମନ୍ୱିତ କରିବା, ଆବେଦନର ସ୍ଥିତିକୁ ବାସ୍ତବ ସମୟରେ ଅଦ୍ୟତନ କରିବା ଏବଂ ଏଂଟିଟି ଲକର୍ ମାଧ୍ୟମରେ ଦଲିଲ ପୁନଃବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ସମସ୍ତ ଲକ୍ଷ୍ୟଭିତିକ ଆଇଟି ସଂସ୍କାରକୁ ୩୧ ଅଗଷ୍ଟ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ଅଗ୍ରଗତିର ପୁନଃସମୀକ୍ଷା ପାଇଁ ୨୫ ଅଗଷ୍ଟରେ ବୈଠକ କରି ବକେୟା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସଂସ୍କାର ମାଧ୍ୟମରେ ବ୍ୟବସାୟୀ ଓ ନିବେଶକଙ୍କ ପାଇଁ ସରକାରୀ ସେବାକୁ ଅଧିକ ସରଳ, ସ୍ୱଚ୍ଛ ଓ ସମୟବଦ୍ଧ କରିବା ଲକ୍ଷ୍ୟ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande