ବ୍ରଜରାଜନଗରରେ ପୌରପାଳିକା ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ତାରପୋଲିନ ଓ ଶୁଖିଲା ଖାଦ୍ୟ ବଣ୍ଟନ
Chairman distribute tarpoline
Chairman distribute tarpoline


ଝାରସୁଗୁଡ଼ା ୧୯ ଅଗଷ୍ଟ (ହି.ସ.) - ଲଗାଣ ବର୍ଷା ଯୋଗୁଁ ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ବର ୱାର୍ଡ କୁଟାବାଗା ଅଞ୍ଚଳରେ ଘରଦ୍ୱାର ଭାଙ୍ଗି କିଛି ଘର କ୍ଷୟକ୍ଷତି ଘଟିଛି। ବର୍ଷା ଜଳ ପ୍ରବେଶ କରିବା ଫଳରେ ଅନେକ ପରିବାର ବାସହରା ହୋଇପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏହି ସୂଚନା ପାଇବା କ୍ଷଣି ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ତଦାରଖ କରିଛନ୍ତି। ଏହି ସମୟରେ ପୌର ଅଧ୍ୟକ୍ଷ ଗୋପାଳ ସିତାନି ମଧ୍ୟ ଉପସ୍ଥିତ ଥିଲେ। ପୌର ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ପ୍ରଭାବିତ ପରିବାରମାନଙ୍କୁ ଆଶ୍ରୟ ନିମନ୍ତେ ଜରୁରୀକାଳୀନ ଭାବେ ତାରପୋଲିନ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande