ଚାକିରି ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଗଞ୍ଜାମ, ୧୯ ଅଗଷ୍ଟ (ହି.ସ.): ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗୋସାଣୀ ନୂଆଗାଁ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ଥାନାରେ ମାମଲା ନମ୍ବର ୧୬୧/୨୦୨୬ ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଅନ୍ତର୍ଗତ
Qwerty


ଗଞ୍ଜାମ, ୧୯ ଅଗଷ୍ଟ (ହି.ସ.): ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗୋସାଣୀ ନୂଆଗାଁ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ଥାନାରେ ମାମଲା ନମ୍ବର ୧୬୧/୨୦୨୬ ରୁଜୁ ହୋଇଛି।

ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଅନ୍ତର୍ଗତ ଗୁଡ଼ିପଡ଼ା ଗ୍ରାମର ଶ୍ୟାମ ସୁନ୍ଦର ପାତ୍ର (୬୧)।ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ପ୍ରିୟରଞ୍ଜନ ପାତ୍ରଙ୍କଠାରୁ ଅଭିଯୁକ୍ତ ପ୍ରଥମେ ପରିବାରର ଚିକିତ୍ସା ଖର୍ଚ୍ଚ ବାବଦରେ ୧ ଲକ୍ଷ ଟଙ୍କା ନେଇଥିଲେ। ପରେ ଅଭିଯୋଗକାରୀ ଓ ତାଙ୍କ ପତ୍ନୀଙ୍କୁ କନିଷ୍ଠ ସହାୟକ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଅନଲାଇନ୍ ମାଧ୍ୟମରେ ଆଉ ୧୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ଠକେଇକୁ ବିଶ୍ୱସନୀୟ କରିବା ପାଇଁ ଅଭିଯୁକ୍ତ ଏକ ନକଲି ଓଏସଏସସିମେରିଟ୍ ତାଲିକା ମଧ୍ୟ ଦେଇଥିବା ପୁଲିସ କହିଛି। ପରେ ଟଙ୍କା ଫେରସ୍ତ ମାଗିବାରୁ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ରହିଛି।

ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସାକ୍ସନ୍ ରସିଦ, ନକଲିଓଏସଏସସି ମେରିଟ୍ ତାଲିକା ଏବଂ ଷ୍ଟାମ୍ପ ଲାଗିଥିବା ଚୁକ୍ତିପତ୍ର ଜବତ କରିଛି।

ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଠକେଇ ସମ୍ପର୍କିତ ମାମଲା ରହିଛି। ଗିରଫ ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande