
ବଲାଙ୍ଗିର,୧୯ ଅଗଷ୍ଟ୍ ( ହି. ସ.) ବଲାଙ୍ଗୀର ଜିଲ୍ଲା ର ପିଏମ୍ ଶ୍ରୀ ପତିତପାବନ ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ଠାର ଚାଇଲ୍ଡ ହେଲ୍ପ ଲାଇନ୍ ତରଫରୁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୟୁତି ରଞ୍ଜନ ମହାଲିଙ୍ଗ ଙ୍କ ଅଧ୍ଯକ୍ଷତାରେ ସଭା କାର୍ଯକ୍ରମ ଆରମ୍ଭ କରାଗଲା।ଏହି ଅବସରରେ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଜଣାଇ ଥିଲେ।କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ମିଶନ ବସଲ୍ୟ ଯୋଜନା ଉପରେ ଆନୁଷ୍ଠାନିକ ଯତ୍ନ ଓ ଅଣ ଆନୁଷ୍ଠାନିକ ଯତ୍ନ ଉପରେ ଶିଶୁ ସୁରକ୍ଷା ଉପରେ ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇଥିଲେ। ଏହି ସଚେତନତା ସଭାରେ ଚାଇଲ୍ଡ ହେଲ୍ପ ଲାଇନ୍ ର ସୁବୋଧ କୁମାର ପଧାନ କହିଲେ ଅସୁରକ୍ଷିତ ଘେରରେ ଥିବା ଶିଶୁ ମାନଙ୍କୁ ସୁରକ୍ଷା,ସାହାଯ୍ୟ କରିବାକୁ ଶିଶୁ ମାନଙ୍କ ନିମନ୍ତେ ଜରୁରୀ କାଳୀନ ଭିତ୍ତିରେ 1098 ଚାଇଲ୍ଡ ହେଲ୍ପ ଲାଇନ ସର୍ଭିସେସ କୁ ଫୋନ୍ କରିବାକୁ ଜଣାଇଥିଲେ।ବାଲ୍ୟ ବିବାହ,ଶିଶୁ ଶ୍ରମିକ ରୋକିବାକୁ ମଧ୍ୟ ଜଣାଇଥିଲେ।କାର୍ଯ୍ୟକ୍ରମରେ ଶୁଭମ୍ ଜେନା,ଚନ୍ଦ୍ରିକା ନନ୍ଦ, ଡୋଳି ସାହୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ସିକ୍ଷୟିତ୍ରି ଅଂଶୁପା ଭୋଈ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ