୪୦ ବର୍ଷର ଅପେକ୍ଷା, ଡଙ୍ଗାରେ ବନ୍ଧା ଜୀବନ
ଜୟପୁର, 19 ଅଗଷ୍ଟ (ହି.ସ.)- ଜୟପୁର କେହି ଏଠି ଡଙ୍ଗାରେ ଯାଉଛି ହାଟ ପାଇଁ,କେହି ଯାଉଛି ରୋଜଗାର ପାଇଁ କେହି ଯାଉଛି ପାଠ ପଢ଼ିବା ପାଇଁ ଆଉ କେହି ଜୀବନ ବଞ୍ଚାଇବା ପାଇଁ। ଏହା ହେଉଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ବୋରିଗୁମ୍ମା ସୀମାନ୍ତ ଅଞ୍ଚଳର ଲୋକଙ୍କ ସତ ଜୀବନ। ମୁରାନ ନଦୀ l ଯାହା ଗୋଟି
୪୦ ବର୍ଷର ଅପେକ୍ଷା… ଡଙ୍ଗାରେ ବନ୍ଧା ଜୀବନ


୪୦ ବର୍ଷର ଅପେକ୍ଷା… ଡଙ୍ଗାରେ ବନ୍ଧା ଜୀବନ


ଜୟପୁର, 19 ଅଗଷ୍ଟ (ହି.ସ.)-

ଜୟପୁର

କେହି ଏଠି ଡଙ୍ଗାରେ ଯାଉଛି ହାଟ ପାଇଁ,କେହି ଯାଉଛି ରୋଜଗାର ପାଇଁ କେହି ଯାଉଛି ପାଠ ପଢ଼ିବା ପାଇଁ

ଆଉ କେହି ଜୀବନ ବଞ୍ଚାଇବା ପାଇଁ।

ଏହା ହେଉଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ବୋରିଗୁମ୍ମା ସୀମାନ୍ତ ଅଞ୍ଚଳର ଲୋକଙ୍କ ସତ ଜୀବନ। ମୁରାନ ନଦୀ l

ଯାହା ଗୋଟିଏ ପଟେ ଦୂରତା କମାଏ, ଆଉ ଅନ୍ୟ ପଟେ ଲୋକଙ୍କ ଜୀବନକୁ ବିପଦରେ ପକାଇଦିଏ।ରାସ୍ତା ଦେଇ ଗଲେ ୧୦୦ରୁ ୨୦୦ କିଲୋମିଟର ବୁଲିବାକୁ ପଡ଼େ।ତେଣୁ ଲୋକଙ୍କ ପାଇଁ ଡଙ୍ଗା ଓ କମାଣ୍ଡର ହିଁ ଭରସା। କମାଣ୍ଡର ଆସିଲେ ଜମିଯାଏ ଲୋକଙ୍କ ଭିଡ଼।

କାହା ହାତରେ ଜିନିଷପତ୍ର…

କାହା ସହିତ ପିଲା

କାହା ସହିତ ବୃଦ୍ଧ ବାପା ମାଆ

କିଏ ବଜାରକୁ ଯାଉଛି

କିଏ ଚିକିତ୍ସା ପାଇଁ

ଆଉ କିଏ ନିଜ ଘରକୁ ଫେରିବା ପାଇଁ।

କିନ୍ତୁ ଏହି ଯାତ୍ରା ପଛରେ ଲୁଚିଛି

ବିସ୍ଥାପିତ ଅଞ୍ଚଳବାସୀଙ୍କ ଆଉ ଗୋଟିଏ ଯନ୍ତ୍ରଣା।

ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ

ଯେଉଁମାନେ ନିଜ ଭିଟାମାଟି ହରାଇଲେ ଘର ହରାଇଲେ

ନିଜ ଗାଁ ହରାଇଲେ

ସେମାନଙ୍କ ପାଇଁ ଆଜି ବି ଯାତାୟାତର ଏହି ଦୁର୍ଦ୍ଦଶା ଶେଷ ହୋଇନାହିଁ।

ଘର ବଦଳିଲା ଜାଗା ବଦଳିଲା

କିନ୍ତୁ ଯନ୍ତ୍ରଣା ବଦଳିଲା ନାହିଁ।

ଜଣେ ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନେବାର ଜରୁରୀ ସମୟରେ

ପରିବାରକୁ ପ୍ରଥମେ ଭାବିବାକୁ ପଡ଼େ

“ଡଙ୍ଗା କିମ୍ବା କମାଣ୍ଡର ମିଳିବ ତ?”

ଜଣେ ମାଆ ପିଲାକୁ ସ୍କୁଲ ପଠାଇବା ବେଳେ

ପାଠପଢ଼ାଠାରୁ ଅଧିକ ଚିନ୍ତା କରେ

“ପିଲାଟା ସୁରକ୍ଷିତ ଭାବେ ଫେରିବ ତ?”

ଏଠି ରାସ୍ତା ନାହିଁ ।

ରାସ୍ତାର ବଦଳରେ ଅଛି ନଦୀ।

ଏହି କଷ୍ଟ ଗୋଟିଏ ଦିନର ନୁହେଁ।

୪୦ ବର୍ଷ

ଗୋଟିଏ ପିଢ଼ି ଆସିଲା

ଗଲା

ପିଲାମାନେ ବଡ଼ ହେଲେ

ସେମାନଙ୍କ ପିଲାମାନେ ବି ସ୍କୁଲ ଯିବା ଆରମ୍ଭ କଲେ ।

କିନ୍ତୁ ନଦୀ ପାର ହେବାର କଷ୍ଟ…

ସେମିତି ହିଁ ରହିଗଲା।

ଏଠାକାର ଲୋକେ କେବଳ ଚାହୁଁଛନ୍ତି ଗୋଟିଏ ପୋଲ ।

୪୦ ବର୍ଷ ଧରି ଅପେକ୍ଷା କରୁଥିବା ଏହି ଲୋକଙ୍କ ପ୍ରଶ୍ନ ଆଜି ବି ସେଇ

“ଆମ ପୋଲ କେବେ ସରିବ?”ଆଉ ସେହି ଦିନ ଯେଉଁଦିନ ଏହି ଡଙ୍ଗା ଓ କମାଣ୍ଡରର ଯାତ୍ରା ଶେଷ ହେବ

ସେହିଦିନ ବୋଧେ ଏହି ଲୋକେ କହିବେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande