ସତିଗୁଡ଼ା ଡ୍ୟାମ୍ ନିକଟରୁ ଅଜଗର ମୃତଦେହ ଜବତ, ଜଣେ ଗିରଫ
ମାଲକାନଗିରି,୧୯ ଅଗଷ୍ଟ (ହି.ସ.) ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ମୃତ ଅଜଗର ଧରି ନେଉଥିବା ଭିଡିଓ ଭାଇରାଲ ହେବା ପରେ ତତ୍ପର ହୋଇଛି ମାଲକାନଗିରି ବନ ବିଭାଗ। ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରି ସତିଗୁଡ଼ା ଗ୍ରାମ ନିକଟରୁ ଜଣେ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି। ତଲାସୀ ବେଳେ ଅଭିଯୁକ୍ତଙ୍କ ନିକଟରୁ
ସତିଗୁଡ଼ା ଡ୍ୟାମ୍ ନିକଟରୁ ଅଜଗର ମୃତଦେହ ଜବତ, ଜଣେ ଗିରଫ


ମାଲକାନଗିରି,୧୯ ଅଗଷ୍ଟ (ହି.ସ.) ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ମୃତ ଅଜଗର ଧରି ନେଉଥିବା ଭିଡିଓ ଭାଇରାଲ ହେବା ପରେ ତତ୍ପର ହୋଇଛି ମାଲକାନଗିରି ବନ ବିଭାଗ। ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରି ସତିଗୁଡ଼ା ଗ୍ରାମ ନିକଟରୁ ଜଣେ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି।

ତଲାସୀ ବେଳେ ଅଭିଯୁକ୍ତଙ୍କ ନିକଟରୁ ୫୦ ଗ୍ରାମ ଶୁଖିଲା ମାଂସ ସହ ଏକ ଭାରତୀୟ ରକ୍ ପାଇଥନ୍ ବା ଅଜଗରର ମୃତଦେହ ଜବତ ହୋଇଛି। ଜବତ ଅଜଗରର ବୈଜ୍ଞାନିକ ନାମ ପାଇଥନ ମଳୁରୁଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମାଲକାନଗିରି ରେଞ୍ଜ ଅଧୀନରେ ଘଟିଥିବା ଏହି ଘଟଣାରେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ର ସଂଶୋଧିତ ୨୦୨୨ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତଙ୍କୁ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ଅଦାଲତରେ ହାଜର କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande