ଡେରାବିଶ ବ୍ଲକ କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ
କେନ୍ଦ୍ରାପଡ଼ା , 19 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଡେରାବିଶ ବ୍ଲକ କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଡିଓ ନମିତା ବାରିକଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ଦୁର୍ବ୍ୟବହାର ଘଟଣାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରି କଲମ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି କ୍ଷ ଅ
ଡେରାବିଶ ବ୍ଲକ କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ


କେନ୍ଦ୍ରାପଡ଼ା , 19 ଅଗଷ୍ଟ (ହି.ସ.) କେନ୍ଦ୍ରାପଡା ଡେରାବିଶ ବ୍ଲକ କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଡିଓ ନମିତା ବାରିକଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ଦୁର୍ବ୍ୟବହାର ଘଟଣାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରି କଲମ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି କ୍ଷ ଅଫିସ କାମ ବନ୍ଦ କରି ବ୍ଲକର ସମସ୍ତ କର୍ମଚାରୀ ଧାରଣାରେ ବସିଛନ୍ତି କ୍ଷ ଆନ୍ଦୋଳନରତ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସୁରକ୍ଷା ଓ ସମ୍ମାନ ଦାବି କରିଛନ୍ତି । ଦାବି ପୂରଣ ନହେଲା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡେରାବିଶ ବ୍ଲକ୍ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ଡେରାବିଶ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସମ୍ମୀଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ରେ ଦେଖା ଦେଇଥିବା ଅଚଳାବସ୍ଥା ଏବଂ ଏହାର ପ୍ରତିକାର ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande