
ଜୟପୁର, 19 ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଡେଙ୍ଗାକୁସୁମଗୁଡା ଗ୍ରାମର ଖଗପତି ବିଷୋୟୀ (୪୫) । ସୁଚନା ଅନୁଯାଇ ଜୟପୁର ଅବକାରି ଥାନା ଏକ ବାଇକରେ ବୈପାରିଗୁଡା ଠାରୁ ଜୟପୁର କୁ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇଥିଲା । ସୁଚନା ଆଧାରରେ ଅବକାରି ବିଭାଗ ପାଲ୍ଲିଗୁଡା ଠାରେ ଚଢାଉ କରିଥିଲା । ଚଢାଉ କରି ୩୬ ଲିଟର ଦେଶି ମଦ ସହ ବାଇକ କୁ ଜବତ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି