କେନ୍ଦ୍ରାପଡ଼ାରେ ଦାଦାବଟି ମାଗି ବିଫଳ ହେବାପରେ ଗୁଳିମାଡ
କେନ୍ଦ୍ରାପଡ଼ା , 19 ଅଗଷ୍ଟ (ହି.ସ.): ମ୍ୟାନେଜର ଙ୍କୁ ଗୁଳିମାଡ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଅନୁଆପଡା ଛକରେ ଇଟାଭାଟି ମ୍ୟାନେଜର୍ ନିଜ ବାଇକ୍ ରେ ଯାଉଥିବା ବେଳେ ଦୁର୍ବୃତ ମାନେ ତାଙ୍କ ବାଇକ୍ ଅଟକାଇ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଆହତ ମ୍ୟାନେଜର ଗୌର ଚନ୍ଦ୍ର ରାଉତ ଙ୍କ ଡାହାଣ ଗ
କେନ୍ଦ୍ରାପଡ଼ାରେ ଦାଦାବଟି ମାଗି ବିଫଳ ହେବାପରେ ଗୁଳିମାଡ


କେନ୍ଦ୍ରାପଡ଼ା , 19 ଅଗଷ୍ଟ (ହି.ସ.): ମ୍ୟାନେଜର ଙ୍କୁ ଗୁଳିମାଡ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଅନୁଆପଡା ଛକରେ ଇଟାଭାଟି ମ୍ୟାନେଜର୍ ନିଜ ବାଇକ୍ ରେ ଯାଉଥିବା ବେଳେ ଦୁର୍ବୃତ ମାନେ ତାଙ୍କ ବାଇକ୍ ଅଟକାଇ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଆହତ ମ୍ୟାନେଜର ଗୌର ଚନ୍ଦ୍ର ରାଉତ ଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି କ୍ଷ ଗୌର ଚନ୍ଦ୍ରଙ୍କ ଘର କଟକ ଜିଲା ସାଲେପୁର ଅଞ୍ଚଳରେ । ଗତ ୯ ମାସ ହେବ ସେ ଅନୁଆପଡା ସ୍ଥିତ ଏକ ଇଟାଭାଟି ରେ ମ୍ୟାନେଜର୍ ଭାବେ କାମ କରୁଛନ୍ତି କ୍। କିଛି ଦିନ ପୂର୍ବେ କେତେକ ଅସାମାଜିକ ଯୁବକ ରାତିରେ ଇଟାଭାଟି ରେ ପହଞ୍ଚି ତାଙ୍କୁ ଦାଦାବଟି ମାଗିଥିଲେ । ସେ ମନା କରି ଦେଇଥିଲେ କ୍ଷ ଆଜି ସେହିମାନେ ଦୁଇଟି ବାଇକ୍ ରେ ୪ ଜଣ ଆସି ଗୁଳିମାଡ କରିଥିବା ଗୌର ଚନ୍ଦ୍ର କହିଛନ୍ତି । ତେବେ ୪ ଜଣ ଦୁର୍ବୃତ୍ତ ଙ୍କ ମଧ୍ୟରୁ ୩ ଜଣ ହେଲମେଟ ପିନ୍ଧିଥିବା ବେଳେ ଜଣେ ଗାମୁଛାରେ ମୁହଁ ଘୋଡାଇ ଥିଲା ବୋଲି ସେ କହିଛନ୍ତି କ୍ଷ ସଦର୍ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande