ମାଁ ମାହେଶ୍ୱରୀ ସେନାର ନୁଆଁଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ ପ୍ରସ୍ତୁତି ବୈଠକ
ବଲାଙ୍ଗିର, 19 ଅଗଷ୍ଟ (ହି.ସ.)ସାମାଜିକ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ବଲାଙ୍ଗିର ସହର ଲାଲଟିକ୍ରା ସ୍ଥିତ ଡୁମାଲ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଆଗାମୀ ନୁଆଁଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ତଥା ସାମାଜିକ ସେବା, ଜନସଚ
ମାଁ ମାହେଶ୍ୱରୀ ସେନାର ନୁଆଁଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ ପ୍ରସ୍ତୁତି ବୈଠକ


ବଲାଙ୍ଗିର, 19 ଅଗଷ୍ଟ (ହି.ସ.)ସାମାଜିକ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ବଲାଙ୍ଗିର ସହର ଲାଲଟିକ୍ରା ସ୍ଥିତ ଡୁମାଲ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଆଗାମୀ ନୁଆଁଖାଇ ଉପଲକ୍ଷେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ତଥା ସାମାଜିକ ସେବା, ଜନସଚେତନତା ଏବଂ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ସଂଗଠନକୁ ଆହୁରି ସୁଦୃଢ କରିବା ସହିତ ଯୁବକମାନଙ୍କୁ ସାମାଜିକ କାର୍ଯ୍ୟରେ ଅଧିକ ଯୋଡିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହ ଗରିବ ଓ ଅସହାୟଙ୍କ ସହାୟତା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେତନତା, ଶିକ୍ଷା ଓ ପରିବେଶ ସୁରକ୍ଷା ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆୟୋଜନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସଂଗଠନର ସଦସ୍ୟ ନନ୍ଦଲାଲ ମେର୍ଲୀ, ସୁରେଶ କମ୍ପ, ମନୋଜ ଖମାରୀ, ବଳିଆର ସିଂହ ବସ୍ତିଆ, ପାର୍ଥ କର୍ଣ୍ଣ, ତପନ ନାଏକ, ସୁରେଶ ପଧାନ, ମନୋଜ କରନ, ଅରୁଣ ପଲତା, ରମାକାନ୍ତ ମେଶ୍ୱା ଯୋଗଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ । ଶେଷରେ ସମାଜର ହିତ ଓ ଲୋକଙ୍କ ସେବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande