ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ର ଜୟନ୍ତୀ ସମାରୋହ ‘ସଂଗ୍ରାମୀ ଯୁବଚେତନାର ପ୍ରତୀକ ଥିଲେ ଯୁଧିଷ୍ଠିର’
ବଲାଙ୍ଗିର, 19 ଅଗଷ୍ଟ (ହି.ସ.)ଶୃଙ୍ଖଳା, ଅନୁଶାସନ ଏବଂ ସଂଗ୍ରାମୀ ଯୁବଚେତନାର ପ୍ରତୀକ ଥିଲେ ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ର। ଆଜିର ଯୁବପିଢ଼ି ତାଙ୍କ ଠାରୁ ଅନେକ କିଛି ଶିଖôବାର ଅଛି ବୋଲି ଅତିଥି ବକ୍ତାମାନେ ତାଙ୍କ ଜୟନ୍ତୀ ସମାରୋହରେ କହିଛନ୍ତି। ପୁଇଁନ୍ତଲା ବ୍ଳକ୍ ଅନ୍ତର୍ଗତ ଛତାମଖ
ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ର ଜୟନ୍ତୀ ସମାରୋହ  ‘ସଂଗ୍ରାମୀ ଯୁବଚେତନାର ପ୍ରତୀକ ଥିଲେ ଯୁଧିଷ୍ଠିର’


ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ର ଜୟନ୍ତୀ ସମାରୋହ  ‘ସଂଗ୍ରାମୀ ଯୁବଚେତନାର ପ୍ରତୀକ ଥିଲେ ଯୁଧିଷ୍ଠିର’


ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ର ଜୟନ୍ତୀ ସମାରୋହ  ‘ସଂଗ୍ରାମୀ ଯୁବଚେତନାର ପ୍ରତୀକ ଥିଲେ ଯୁଧିଷ୍ଠିର’


ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ର ଜୟନ୍ତୀ ସମାରୋହ  ‘ସଂଗ୍ରାମୀ ଯୁବଚେତନାର ପ୍ରତୀକ ଥିଲେ ଯୁଧିଷ୍ଠିର’


ବଲାଙ୍ଗିର, 19 ଅଗଷ୍ଟ (ହି.ସ.)ଶୃଙ୍ଖଳା, ଅନୁଶାସନ ଏବଂ ସଂଗ୍ରାମୀ ଯୁବଚେତନାର ପ୍ରତୀକ ଥିଲେ ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ର। ଆଜିର ଯୁବପିଢ଼ି ତାଙ୍କ ଠାରୁ ଅନେକ କିଛି ଶିଖôବାର ଅଛି ବୋଲି ଅତିଥି ବକ୍ତାମାନେ ତାଙ୍କ ଜୟନ୍ତୀ ସମାରୋହରେ କହିଛନ୍ତି।

ପୁଇଁନ୍ତଲା ବ୍ଳକ୍ ଅନ୍ତର୍ଗତ ଛତାମଖନା ସ୍ଥିତ ଯୁଧିଷ୍ଠିର ମହାବିଦ୍ୟାଳୟ ପରିସରରେ ବୁଧବାର ମହାବିଦ୍ୟାଳୟ ଅଧ୍ଯକ୍ଷ ଧନଞ୍ଜୟ ସେଠ୍ଙ୍କ ଅଧ୍ଯକ୍ଷତାରେ ସ୍ବାଧୀନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ରଙ୍କ ୧୧୨ ତମ ଜୟନ୍ତୀ ସମାରୋହ ତଥା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ଆଇନମନ୍ରୀ ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ମଧୁସୂଦନ ପତି, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ରକ ଡ. ଶ୍ୟାମ ଭୋଇ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ଗଣମାଧ୍ଯମ ପ୍ରତିନିଧି ବୀରେନ୍ଦ୍ର କୁମାର ଝାଙ୍କର େଯାଗଦାନ କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର ପତି କହିଥିଲେ େଯ, ପ୍ରତିକୂଳ ପରିସ୍ଥିତିରୁ ସଫଳତା କିଭଳି ଲାଭ କରାଯାଇପାରେ ତାହା ଯୁଧିଷ୍ଠିର ମିଶ୍ରଙ୍କ ଜୀବନୀରୁ ଶିକ୍ଷା ମିଳେ। ସେ େଯଉଁ ସଂକଳ୍ପ ନେଇଥିଲେ ତାକୁ କିଭଳି ପରିପୂର୍ଣ୍ଣ କଲେ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି କହିଥିଲେ। ମୁଖ୍ୟଅତିଥି ପୂର୍ବତନ ମନ୍ରୀ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଶୃଙ୍ଖଳା, ଅନୁଶାସନ ଏବଂ ସମୟାନୁବର୍ିତା ଯୁଧିଷ୍ଠିର ମିଶ୍ରଙ୍କ ସଫଳତାର ମନ୍ର ବୋଲି କହିଥିଲେ। ୧୯୩୮ ମସିହାରେ କଟକ ରେଭନ୍ସା କଲେଜ ପରିସରରେ ତାଙ୍କରି ନେତୃତ୍ବରେ ଜାତୀୟ ପତାକା ଉୋଳନ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ରକ ଡ. ଭୋଇ ତାଙ୍କ ବକ୍ତବ୍ୟରେ ମସ୍କୋ ଠାରେ ହୋଇଥିବା ବିଶ୍ବ ଶାନ୍ତି ଓ ନିରସ୍ତ୍ରୀକରଣ ସମ୍ମିଳନୀରେ ଯୁଧିଷ୍ଠିର ମିଶ୍ରଙ୍କ େଯାଗଦାନ ଏବଂ ସମ୍ବିଧାନ ପ୍ରଣୟନ ସଭାରେ ତାଙ୍କର ସକ୍ରିୟ ଭାଗିଦାରୀ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ଛାତ୍ର ସମୟରେ ଯୁଧିଷ୍ଠିର କିଭଳି ସ୍ବାଧୀନତା ସଂଗ୍ରାମରେ ନେତୃତ୍ବ ନେଇଥିଲେ ଏବଂ ଆଜିର ଜେନ୍ଜି ଛାତ୍ର ଆନ୍ଦୋଳନର ତୁଳନାତ୍ମକ ଆଲୋଚନା କରିଥିଲେ। ସଭାରେ ରାଜନୀତି ବିଜ୍ଞାନ ଅଧ୍ଯାପିକା ପଦ୍ମାଳୟା ତ୍ରିପାଠୀ, ଛାତ୍ର ଦିଶାନ୍ତ ନନ୍ଦ ଏବଂ ଛାତ୍ରୀ ଅଙ୍କିତା ପଟେଲ ବକ୍ତବ୍ୟ ରଖôଥିଲେ। ସଭାପତୀୟ ଅଭିଭାଷଣରେ ଅଧ୍ଯକ୍ଷ ସେଠ୍ ସ୍ବର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ନାରେ ତାଙ୍କ କଲେଜ ନାମିତ ହେବା ଗର୍ବର ବିଷୟ ବୋଲି କହିଥିଲେ। ସଭାକୁ ସଂସ୍କୃତ ଅଧ୍ଯାପକ ଡ. ଦୈତାରୀ ପୂଜାର ସଂେଯାଜନା କରିଥିଲେ। ସଭା ପ୍ରାରମ୍ଭରେ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିେଯାଗିତାର କୃତି ପ୍ରତିେଯାଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଓଡିଆ ବିଭାଗ ଅଧ୍ଯାପକ ଡ. ପବିତ୍ର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରୀଛାତ୍ର, ଆଧ୍ଯାପକ, ଅଧ୍ଯାପିକା ଓ ଷ୍ଟାଫ୍ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande