ଲଗାଣ ବର୍ଷା ରେ ମାଳିଡିହି ଓ ଆମାତି ରେ ଘର ଭାଙ୍ଗିଲା
House damage due to rain in Kolabira block
House damage due to rain in Kolabira


ଝାରସୁଗୁଡ଼ା, 19 ଅଗଷ୍ଟ (ହି.ସ.)ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପୋଖରାସାହ୍ଲେ ପଞ୍ଚାୟତ ଅଧିନସ୍ଥ ମାଳିଡିହି ଓ ଅମାତି ଗ୍ରାମରେ ଲଗାଣ ବର୍ଷା କାରଣରୁ ଅନେକ ଘର ଭାଙ୍ଗିଯାଇ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଛି l ତେବେ ମାଳିଡିହି ଗ୍ରାମରେ ଜଣେ ସନ୍ୟାସୀ ରଣା ଙ୍କ ଘର ୨୦ ଦିନ ମଧ୍ୟରେ ଦୁଇ ଥର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି l ପୂର୍ବରୁ ଗତ ଜୁଲାଇ ମାସ ୨୯ ତାରିଖ ବର୍ଷା କାରଣରୁ ସନ୍ୟାସୀ ଙ୍କ ଘର ଭାଙ୍ଗିଥିଲା l ସେ ସମୟରେ ଆମ୍ଭ ପ୍ରମେୟ ରେ ଏକ ଖବର ମଧ୍ୟ ପ୍ରକାଶନ ହୋଇଥିଲା l ସନ୍ୟାସୀ ପୋଖରାସାହ୍ଲେ ରାଜସ୍ବ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ l ମାତ୍ର ରାଜସ୍ବ ଅଧିକାରୀ ଭଙ୍ଗା ଘର କୁ ପରିଦର୍ଶନ କରିନଥିଲେ କି କୌଣସି ପ୍ରକାର ସହଯୋଗ କରିନଥିବା ଅଭିଯୋଗ ହୋଇଛି l ତେବେ ୧୯ ତାରିଖ ସକାଳୁ ସନ୍ୟାସୀ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି l ଘର କାନ୍ଥ ତଳେ ଜୀବିକା ପାଇଁ ଥିବା କୁମ୍ଭାର ଚକ ସହ ସମସ୍ତ ଆସବା ପତ୍ର ରହିଯାଇଥିବା ସୂଚନା ମିଳିଛି l ତେବେ ରାଜସ୍ବ ବିଭାଗ ର ଏଭଳି ଅବହେଳାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି l ଏନେଇ ସାମ୍ବାଦିକ ତଥା ସମାଜସେବୀ ମନୋଜ ସାହୁ କ୍ଷତିଗ୍ରସ୍ତ ଚାଷୀ ସନ୍ୟାସୀ ଶୀଘ୍ର ସହାୟତା ଯୋଗାଇଦେବା ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସାହାଯ୍ୟ ଲୋଡ଼ିଥିବା ସୂଚନା ମିଳିଛି l ଏହାସହ ଏହି ପୋଖରାସାହ୍ଲେ ପଞ୍ଚାୟତ ର ଆମାତି ଗ୍ରାମ ଗଦଳ ପଡ଼ା ର ସୀତା କିସାନ ଓ ସଙ୍କୀର୍ତ୍ତନ କିସାନ ଙ୍କ ଘର କାନ୍ଥ ରେ ଲଗାଣ ବର୍ଷା ରେ ବଡ ଫାଟ ସୃଷ୍ଟି ହୋଇ ଘର ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି l ଏଣୁ କ୍ଷତିଗ୍ରସ୍ତ ଗରିବ ପରିବାର ଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବୀ ହେଉଛି l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande