
ଝାରସୁଗୁଡ଼ା , 19 ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ଗ୍ରାମରେ ଲଗାଣ ବର୍ଷା ରେ ବହୁ ଘର ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି l ଏହି ଗ୍ରାମର ସର୍ଗିପଡ଼ା ରେ ଥିବା ଚେତାନନ୍ଦ ବେରିହା ଙ୍କ ଘର କାନ୍ଥ ଓ ଛପର ଭାଙ୍ଗି ଯାଇଛି l ଏହାସହ କଲୋନୀ ପଡ଼ା ର ଅଶୋକ ବଞ୍ଛୁର ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି l ଏନେଇ ବିଜେପି ର ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ସୌଦାମିନୀ କାଲୋ କ୍ଷତିଗ୍ରସ୍ତ ପରିବାର ଘରକୁ ପରିଦର୍ଶନ କରିବା ସହ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ସମାସିଂହା ରାଜସ୍ବ ଅଧିକାରୀ ଙ୍କ ନିକଟରେ ଦାବୀ ଜଣାଇଛନ୍ତି l ଏନେଇ ସମାସିଂହା ଆରଆଇ ପ୍ରଥମ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ ପରିବାର ଙ୍କୁ ତାରପୋଲିନ ଯୋଗାଇ ଦେଇଥିବା ସୂଚନା ମିଳିଛି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ