ଯୁଯୁମୁରା ବ୍ଲକ କାର୍ଯ୍ୟାଳୟରେ ସାମାଜିକ  ସମୀକ୍ଷା ବୈଠକ

ସମ୍ବଲପୁର, ୧୯, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ କାର୍ଯ୍ୟାଳୟର ସଭାଗୃହରେ ବୁଧବାର ଏକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ୍ ଅଧ୍ୟକ୍ଷ, ବିଡିଓ, ସିଡିପିଓ, ସିଏବିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ବୈଠକରେ ସାମାଜିକ ସୁରକ୍ଷା ଯୋଜନା, ମନରେଗା, ପିଡିଏସ୍, ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀଙ୍କ ଚୟନ ଓ ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଯୋଜନା ଗୁଡ଼ିକର ସୁଚାରୁ କାର୍ଯ୍ୟାନ୍ୱୟନ ସହ ହିତାଧିକାରୀମାନେ ଯେପରି ସୁବିଧା ପାଇପାରିବେ, ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ଅବସରରେ ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ପରାମର୍ଶ ଶୁଣାଯାଇଥିବା ବେଳେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବାକୁ କୁହାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande