
ଭବାନୀପାଟଣା, ୧୯ ଅଗଷ୍ଟ (ହି.ସ.) - ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟିର ବୈଠକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ୍ୟ ତଥା ଧର୍ମଗଡ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଓ ଏହି ସଭାରେ ମାନନୀୟଓ ନର୍ଲା ବିଧଓୟିକଓ ଶ୍ରୀମତୀ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଭାପତି ମାନ୍ୟବର ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ଉପ ସଭାପତି ଓ ସୁଧୀରା ମେହେର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଂଜନ ପ୍ରଧାନ, ଜିଲ୍ଲା ଯୋଜନା କମିଟିର ସଭ୍ୟ ଓ ସଭ୍ୟା , ସଂସଦ ଏବଂ ବିଧାୟକଙ୍କର ମନୋନୀତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ଓ ସଭା ଆରମ୍ଭରେ ଦରୱାନ ସମସ୍ତ ମଂଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଜିଲ୍ଲା ଯୋଜନା କମିଟିର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଓ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ର ଉପ ନିର୍ଦେଶକ ଶ୍ରୀକାନ୍ତ ଦଳେଇ ୨୦୨ ୬-୨୦୨୭ ଯୋଜନା ଆର୍ôଥକ ବର୍ଷ ପାଇଁ ସର୍ବମୋଟ ୪୩୧୮.୬୫ କୋଟି ଟଙ୍କାର ବିତ୍ୱିୟ ବିବରଣୀର ମଂଜୁରୀ ପାଇଁ ସଭାରେ ଉପସ୍ଥାପନ କରିଥିଲେ ।
ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନ୍ୟବର ଶ୍ରୀ ପାଟ୍ଟଯୋଶୀ ଜିଲ୍ଲାର ଜଳ ସେଚନ, ରାସ୍ତା, ପାନୀୟ ଜଳ, ଗମନା ଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ମୌଳିକ ଭିତିଭୂମିର ବିକାଶ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ ଓ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ବିଭାଗୀୟ ଅଧିକାରୀମାନଙ୍କୁ ଠିକ ସମୟରେ ଓ ସଠିକ ଭାବରେ ଲୋକଙ୍କ ଅସୁବିଧାକୁ ସୁଚାରୁ ରୂପେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ନର୍ଲା ବିଧଓୟିକ ମନୋରମା ମହାନ୍ତି ଜିଲ୍ଲାରେ ଥିବା ଆର. ଡି. ଏବଂ ଆର.ଆଣ୍ଡ.ବି ର ସମସ୍ତ ରାସ୍ତାର ସଠିକ ରକ୍ଷଣା ବେକ୍ଷଣ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ । ଉପସ୍ଥିତ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଓ ସଦସ୍ୟା ନିଜ ନିର୍ବାଚିତ ମଣ୍ଡଳୀର ସମସ୍ୟାର ସୁଚାରୁରୂପେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଓ ସଭା ଶେଷରେ ଅଧ୍ୟକ୍ଷ ଶ୍ରୀ ପାଟ୍ଟଯୋଶୀ ଆର୍ôଥକ ବର୍ଷ-୨୦୨୬-୨୦୨୭ ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮.୬୫ କୋଟି ସର୍ବସମ୍ମତିରେ ଅନୁମୋଦନ କରିଥିଲେ ଓ ସଭା ଶେଷରେ ଶ୍ରୀ ଦଳେଇ ଉପସ୍ଥିତ ମଂଚାସୀନ ଅତିଥିବୃନ୍ଦ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ୍ୟ, ସଦସ୍ୟ, ସଦସ୍ୟା, ବିଭାଗୀୟ ସମସ୍ତ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ