କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି; ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି
କେନ୍ଦ୍ରାପଡ଼ା, 19 ଅଗଷ୍ଟ (ହି.ସ.)ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଚିକିତ୍ସା ସେବା ନିରନ୍ତର ଭାବେ ଜାରି ରହିଛି।ବର୍ତ୍ତମାନ ଜିଲ୍ଲାର ୬ଟି ବ୍ଲକ୍—ଆଳି, ଡେରାବିଶ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକା—ବନ୍ୟା ପ୍ରଭାବିତ ହୋଇ
କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି; ରିଲିଫ୍ ଓ ଉଦ୍ଧାର କାର୍ୟ୍ୟ ଜାରି


କେନ୍ଦ୍ରାପଡ଼ା, 19 ଅଗଷ୍ଟ (ହି.ସ.)ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଚିକିତ୍ସା ସେବା ନିରନ୍ତର ଭାବେ ଜାରି ରହିଛି।ବର୍ତ୍ତମାନ ଜିଲ୍ଲାର ୬ଟି ବ୍ଲକ୍—ଆଳି, ଡେରାବିଶ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକା—ବନ୍ୟା ପ୍ରଭାବିତ ହୋଇଛି। ମୋଟ ୬୮ଟି ଗ୍ରାମ ପଞ୍ଚାୟତ ଓ ୧୫୫ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ମୋଟ ୨,୪୦,୪୬୦ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି।ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଏପର୍ୟ୍ୟନ୍ତ ୨୮ଟି ଆଶ୍ରୟ କେନ୍ଦ୍ରକୁ ମୋଟ ୫,୦୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ୧୦ଟି କେନ୍ଦ୍ରରେ ୧,୭୩୫ ଜଣ ଆଶ୍ରୟ ନେଇଛନ୍ତି। ମୋଟ ୨୨ଟି ମାଗଣା ରନ୍ଧନ କେନ୍ଦ୍ର/ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ଆଜି ୧୦ଟି କେନ୍ଦ୍ର କାର୍ୟ୍ୟକ୍ଷମ ରହିଛି।ଆଜି ପର୍ୟ୍ୟନ୍ତ ରିଲିଫ୍ କାର୍ୟ୍ୟରେ ୪୧୯.୯୮ କ୍ୱିଣ୍ଟାଲ ଚାଉଳ, ୨୧୪.୫ କ୍ୱିଣ୍ଟାଲ ଚୁଡ଼ା, ୨୯.୭୫ କ୍ୱିଣ୍ଟାଲ ଗୁଡ଼/ଚିନି ଓ ୫୦ ପିସ୍ ପଲିଥିନ୍ ବଣ୍ଟନ କରାଯାଇଛି। ଏହାସହିତ ବିସ୍କୁଟ, ପାଣି ବୋତଲ ଓ ପାଣି ପାଉଚ୍ ମଧ୍ୟ ବଣ୍ଟନ କରାଯାଇଛି।ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୨ଟି ମେଡିକାଲ୍ ଟିମ୍ ନିୟୋଜିତ ଅଛନ୍ତି। ଏହାମଧ୍ୟରୁ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ୧ଟି, ରାଜନଗରରେ ୩ଟି ଓ ରାଜକନିକାରେ ୨ଟି ଟିମ୍ କାର୍ୟ୍ୟରତ ଅଛନ୍ତି। ଏହାସହିତ ୬ଟି ଭେଟେରିନାରୀ ଟିମ୍ ମଧ୍ୟ ନିୟୋଜିତ ଅଛନ୍ତି।ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୧୪,୨୬୮ ହେକ୍ଟର ଫସଲ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ହ୍ରାସ ପାଇବା ପରେ ଘରବାଡ଼ି ଓ ଅନ୍ୟାନ୍ୟ କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯିବ। ଏପର୍ୟ୍ୟନ୍ତ କୌଣସି ପଶୁସମ୍ପଦ ମୃତ୍ୟୁ ରିପୋର୍ଟ ହୋଇନାହିଁ।ବନ୍ୟା ଯୋଗୁଁ ୧୨୭ଟି ରାସ୍ତା ଜଳମଗ୍ନ ହୋଇ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ବିଦ୍ୟୁତ୍, ଜଳଯୋଗାଣ ଓ ଅନ୍ୟାନ୍ୟ ଭିତ୍ତିଭୂମିରେ ଗୁରୁତର ବାଧା ସମ୍ପର୍କିତ କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ।ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ୟ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ୭ଟି ଝଜଉ ପାୱାର ବୋଟ୍, ୧୨୧ଟି ଦେଶୀ ଡଙ୍ଗା ଓ ୧୨ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି।ବ୍ରାହ୍ମଣୀ ନଦୀ ଅଳଭା ରେ ବିପଦ ସଙ୍କେତ ୪.୮୮ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬.୦୦ ମିଟର ରହିଛି। ଗୋପାଳପୁରରେ ବିପଦ ସଙ୍କେତ ୧୦.୦୫ ମିଟର ଓ ବର୍ତ୍ତମାନ ଜଳସ୍ତର ୧୦.୬୯ ମିଟର। ଜେନାପୁର ଆନିକଟ୍ରେ ବିପଦ ସଙ୍କେତ ୬୭ ଫୁଟ୍ ଓ ବର୍ତ୍ତମାନ ଜଳସ୍ତର ୬୫.୪୦ ଫୁଟ୍ ରହିଛି।ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୮.୫୦ ମିଟର ରହିଛି। ମୁଣ୍ଡଳୀଠାରେ ୨,୦୯,୫୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସତର୍କ ରହିବା ସହିତ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ପାଳନ କରିବାକୁ ଅନୁରୋଧ କରାଯାଇଛି। ରିଲିଫ୍, ଉଦ୍ଧାର, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ସେବା ଯୋଗାଣ ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande