କେନ୍ଦ୍ରାପଡ଼ା ଜିଲ୍ଲାର ୬ଟି ବ୍ଲକ୍ ବନ୍ୟା ପ୍ରଭାବିତ
କେନ୍ଦ୍ରାପଡ଼ା, 19 ଅଗଷ୍ଟ (ହି.ସ.) ୧୯ ଅଗଷ୍ଟ ୨୦୨୬ ସକାଳ ୧୧ଟା ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାର ୬ଟି ବ୍ଲକ୍—ଆଳି, ଡେରାବିଶ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକା—ବନ୍ୟା ପ୍ରଭାବିତ ହୋଇଛି। ୬୮ଟି ଗ୍ରାମ ପଞ୍ଚାୟତ ଓ ୧୫୫ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ପୌରପାଳ
କେନ୍ଦ୍ରାପଡ଼ା ଜିଲ୍ଲାର ୬ଟି ବ୍ଲକ୍ ବନ୍ୟା ପ୍ରଭାବିତ


କେନ୍ଦ୍ରାପଡ଼ା, 19 ଅଗଷ୍ଟ (ହି.ସ.) ୧୯ ଅଗଷ୍ଟ ୨୦୨୬ ସକାଳ ୧୧ଟା ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାର ୬ଟି ବ୍ଲକ୍—ଆଳି, ଡେରାବିଶ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକା—ବନ୍ୟା ପ୍ରଭାବିତ ହୋଇଛି। ୬୮ଟି ଗ୍ରାମ ପଞ୍ଚାୟତ ଓ ୧୫୫ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୨,୪୦,୪୬୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।ବନ୍ୟା ପ୍ରଭାବିତ ଅଞ୍ଚଳରୁ ସମୁଦାୟ ୨୮ଟି କେନ୍ଦ୍ରରେ ୫,୦୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ୧୦ଟି କେନ୍ଦ୍ରରେ ୧,୭୩୫ ଜଣ ଅବସ୍ଥାନ କରୁଛନ୍ତି। ସମୁଦାୟ ୨୨ଟି ମାଗଣା ରନ୍ଧାଘର/ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ଆଜି ୧୦ଟି କେନ୍ଦ୍ର ଚାଲୁ ରହିଛି। ରିଲିଫ୍ ଭାବେ ସମୁଦାୟ ୩୨୬.୪୮ କ୍ୱିଣ୍ଟାଲ ଚାଉଳ, ୩୬.୮ କ୍ୱିଣ୍ଟାଲ ଚୁଡ଼ା ଓ ୦୯ କ୍ୱିଣ୍ଟାଲ ଗୁଡ଼/ଚିନି ବଣ୍ଟନ କରାଯାଇଛି। ଏଥିସହ ୧୨,୯୧୫ ପ୍ୟାକେଟ୍ ବିସ୍କୁଟ, ୧୮,୧୨୦ଟି ପାଣି ବୋତଲ, ୧୨,୦୦୦ଟି ପାଣି ପାଉଚ୍ ଓ ବେବି ଫୁଡ୍ ବଣ୍ଟନ କରାଯାଇଛି। ଆଜି ୧୨୧ କ୍ୱିଣ୍ଟାଲ ଚୁଡ଼ା, ୨୦.୧ କ୍ୱିଣ୍ଟାଲ ଗୁଡ଼/ଚିନି, ୭୪୪ ପ୍ୟାକେଟ୍ ବିସ୍କୁଟ, ୧୮,୧୨୦ଟି ପାଣି ବୋତଲ, ୧୨,୦୦୦ଟି ପାଣି ପାଉଚ୍, ବେବି ଫୁଡ୍ ଓ ୦୧ଟି ପଲିଥିନ୍ ବଣ୍ଟନ କରାଯାଇଛି।ମୋଟ ୯୪,୭୬୭ଟି ପଶୁସମ୍ପଦ ପ୍ରଭାବିତ ହୋଇଛି। ଏଥିରେ ବଡ଼ ପଶୁ ୫୩,୬୬୪, ଛୋଟ ପଶୁ ୨୧,୬୦୮ ଓ କୁକୁଡ଼ା ୧୯,୪୯୫ ରହିଛି। ପଶୁସମ୍ପଦ ମୃତ୍ୟୁ ସଂଖ୍ୟା ଶୂନ।ବନ୍ୟା ଯୋଗୁଁ ପ୍ରାୟ ୧୪,୨୬୮ ହେକ୍ଟର ଫସଲ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ହ୍ରାସ ପରେ ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ଦାଖଲ କରାଯିବ। ଘରବାଡ଼ିର କ୍ଷୟକ୍ଷତି ମଧ୍ୟ ବନ୍ୟାଜଳ ହ୍ରାସ ପରେ ଆକଳନ କରାଯିବ।ପ୍ରଭାବିତ ଅଞ୍ଚଳରେ ୧୨ଟି ମେଡିକାଲ୍ ଟିମ୍ ମୁତୟନ କରାଯାଇଛି। ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ୧ଟି, ରାଜନଗରରେ ୩ଟି ଓ ରାଜକନିକାରେ ୨ଟି ମେଡିକାଲ୍ ଟିମ୍ ରହିଛି। ଏଥିସହ ୬ଟି ଭେଟେରିନାରୀ ଟିମ୍ ମୁତୟନ କରାଯାଇଛି।ବନ୍ୟାରେ ୧୨୬ଟି ରାସ୍ତା ବନ୍ୟାଜଳରେ ବୁଡ଼ି ରହିଥିବାରୁ ବିଚ୍ଛିନ୍ନ ହୋଇଛି। ଭିତ୍ତିଭୂମି କ୍ଷୟକ୍ଷତି, ଗଛ ଉପୁଡ଼ିବା ଓ ବିଦ୍ୟୁତ୍ ବ୍ୟାହତ ହେବାର ରିପୋର୍ଟ ନାହିଁ। ଉଦ୍ଧାର କାର୍ୟ୍ୟ ପାଇଁ ୦୬ଟି ଝଜଉ ପାୱାର ବୋଟ୍, ୧୧୬ଟି ଦେଶୀ ଡଙ୍ଗା ଓ ୧୧ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ମୁତୟନ କରାଯାଇଛି।ବ୍ରାହ୍ମଣୀ ନଦୀ ଅଳଭାଠାରେ ବିପଦ ସଙ୍କେତ ୪.୮୮ ମିଟର ତୁଳନାରେ ବର୍ତ୍ତମାନ ଜଳସ୍ତର ୬.୦୦ ମିଟର, ଗୋପାଳପୁରଠାରେ ବିପଦ ସଙ୍କେତ ୧୦.୦୫ ମିଟର ତୁଳନାରେ ୧୦.୬୯ ମିଟର ଏବଂ ଜେନାପୁର ଆନିକଟ୍ଠାରେ ବିପଦ ସଙ୍କେତ ୬୭ ଫୁଟ୍ ତୁଳନାରେ ୬୫.୪୦ ଫୁଟ୍ ଜଳସ୍ତର ରହିଛି।ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମିଟର ତୁଳନାରେ ବର୍ତ୍ତମାନ ଜଳସ୍ତର ୧୮.୫୦ ମିଟର ରହିଛି। ମୁଣ୍ଡଳୀଠାରେ ୨,୦୯,୫୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।୧୯.୦୮.୨୦୨୬ ତାରିଖରେ ଜିଲ୍ଲାର ମୋଟ ବର୍ଷାପାତ ୦୨ ମି.ମି. ଏବଂ ହାରାହାରି ବର୍ଷାପାତ ୦.୨୨ ମି.ମି. ରେକର୍ଡ ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟ ସହ ଚିକିତ୍ସା, ପଶୁଚିକିତ୍ସା, ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଭଳି ଆବଶ୍ୟକୀୟ ସେବା ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande