ନିଶାମୁକ୍ତି ସହ ସାଇବର ଠକେଇ ବିରୋଧରେ କଲେଜ ଛାତ୍ର ଛାତ୍ରୀଙ୍କୁ ସଚେତନ କଲେ ଏମ ଭି -୭୯ ପୋଲିସ
ମାଲକାନଗିରି , ୧୯ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୭୯ ଡ଼ଃ ଶ୍ୟାମା ପ୍ରସାଦ କନିଷ୍ଠ ମହାବିଦ୍ୟାଳୟରେ ଏମ ଭି ୭୯ ଥାନା ପକ୍ଷରୁ ଆଜି ନିଶାମୁକ୍ତି ଏବଂ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ
ନିଶାମୁକ୍ତି ସହ ସାଇବର ଠକେଇ ବିରୋଧରେ କଲେଜ ଛାତ୍ର ଛାତ୍ରୀ ଙ୍କୁ ସଚେତନ କଲେ ଏମ ଭି -୭୯


ମାଲକାନଗିରି , ୧୯ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୭୯ ଡ଼ଃ ଶ୍ୟାମା ପ୍ରସାଦ କନିଷ୍ଠ ମହାବିଦ୍ୟାଳୟରେ ଏମ ଭି ୭୯ ଥାନା ପକ୍ଷରୁ ଆଜି ନିଶାମୁକ୍ତି ଏବଂ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ସାଇବର ଠକେଇରୁ କିପରି ସୁରକ୍ଷିତ ରହିବେ, ସେନେଇ ସଚେତନ କରାଯାଇଥିଲା।

ଏହି ଅବସରରେ ଥାନା ଅଧିକାରୀ ପୁର୍ଣ୍ଣିମା ଟେଟେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ନିଶାଠାରୁ ଦୂରେଇ ରହି ନିଜର ଭବିଷ୍ୟତ ଗଢ଼ିବାକୁ ଆହ୍ୱାନ ଦେଇଥିଲେ। ସେହିପରି ଅଜଣା ଫୋନ୍, ଲିଙ୍କ୍ ଓ ମେସେଜ୍ ପ୍ରତି ସତର୍କ ରହିବା ସହ ଓଟିପି, ପିନ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ କାହାକୁ ନଦେବାକୁ ପରାମର୍ଶ ଦେଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ମନୋଭାବ ଏବଂ ଡିଜିଟାଲ ସୁରକ୍ଷା ସଚେତନତା ବୃଦ୍ଧି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏପରି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିବାରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande