ନୂଆପଡ଼ାରେ ମତ୍ସ୍ୟ ବିଭାଗ ସମୀକ୍ଷା ବୈଠକ; ସଫଳ ମତ୍ସ୍ୟ ଚାଷୀଙ୍କୁ ମିଳିବ ‘ମତ୍ସ୍ୟ ମିତ୍ର’ ପୁରସ୍କାର
ନୂଆପଡ଼ାରେ ମତ୍ସ୍ୟ ବିଭାଗ ସମୀକ୍ଷା ବୈଠକ; ସଫଳ ମତ୍ସ୍ୟ ଚାଷୀଙ୍କୁ ମିଳିବ ‘ମତ୍ସ୍ୟ ମିତ୍ର’ ପୁରସ୍କାର ନୂଆପଡ଼ା, ୧୯ ଅଗଷ୍ଟ (ହିସ)- ନୂଆପଡ଼ା ଜିଲ୍ଲାରେ ମତ୍ସ୍ୟ ଚାଷର ବିକାଶ, ମତ୍ସ୍ୟଜୀବୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆୟ ବୃଦ୍ଧି ତଥା ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ନେଇ ଜିଲ୍ଲାପାଳ ମ
Maschya vibhag samiksha baithak


ନୂଆପଡ଼ାରେ ମତ୍ସ୍ୟ ବିଭାଗ ସମୀକ୍ଷା ବୈଠକ; ସଫଳ ମତ୍ସ୍ୟ ଚାଷୀଙ୍କୁ ମିଳିବ ‘ମତ୍ସ୍ୟ ମିତ୍ର’ ପୁରସ୍କାର

ନୂଆପଡ଼ା, ୧୯ ଅଗଷ୍ଟ (ହିସ)- ନୂଆପଡ଼ା ଜିଲ୍ଲାରେ ମତ୍ସ୍ୟ ଚାଷର ବିକାଶ, ମତ୍ସ୍ୟଜୀବୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆୟ ବୃଦ୍ଧି ତଥା ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ବିଭାଗ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl

ବୈଠକରେ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା ସହ ଜିଲ୍ଲାରେ ମତ୍ସ୍ୟ ଚାଷର ସମ୍ଭାବନାକୁ ଅଧିକ ଉପଯୋଗ କରିବା ଉପରେ ଆଲୋଚନା କରାଯାଇଥିଲାl

ମତ୍ସ୍ୟ ପୋଖରୀ ଯୋଜନା–୧’ରେ ୬୦ଟି ପ୍ରକଳ୍ପକୁ ଅନୁମତି ମିଳିଥିବା ବେଳେ ୨୫ଟି ପ୍ରକଳ୍ପରେ ୯.୦୯ ହେକ୍ଟର ଜମିରେ ଅଗ୍ରଗତି ହାସଲ ହୋଇଛି। ସେହିପରି, ‘ମତ୍ସ୍ୟ ପୋଖରୀ ଯୋଜନା–୨’ରେ ୪୯ଟି ପ୍ରକଳ୍ପକୁ ଗୋ-ଅହେଡ୍ ଦିଆଯାଇଥିବା ବେଳେ ୨୯ଟି ପ୍ରକଳ୍ପରେ ୨୬.୦୨ ହେକ୍ଟର ଜମିରେ କାମ ସମ୍ପୂର୍ଣ୍ଣ ହୋଇଛି। ବାୟୋଫ୍ଲକ୍ ଯୋଜନାରେ ୮ଟି ପ୍ରକଳ୍ପର ୪୬ଟି ଟ୍ୟାଙ୍କ କାମକ୍ଷମ ହୋଇଛି। ‘ନେଟୱର୍କ ଅଫ୍ ଫିସ୍ ସିଡ୍ ଗ୍ରୋଅର’ ଯୋଜନାରେ ୪୬ଟି ପ୍ରକଳ୍ପକୁ ଗୋ-ଅହେଡ୍ ଦିଆଯାଇଥିବା ବେଳେ ୪୧ ଜଣ ହିତାଧିକାରୀଙ୍କ ୯୫.୨୬ ଏକର ଜମିରେ କାମ ସମ୍ପୂର୍ଣ୍ଣ ହୋଇଛି। ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ମତ୍ସ୍ୟ ଚାଷ ସହ ଯୋଡ଼ି ଆୟ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଯୋଜନାଗୁଡ଼ିକର ସଠିକ୍ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ମତ୍ସ୍ୟ ଚାଷ ସହ ଯୋଡ଼ିବା ସହ ଉତ୍ପାଦନ ଓ ଆୟ ବୃଦ୍ଧି ଦିଗରେ ଠୋସ୍ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ଏହି ଅବସରରେ ସଫଳ ମତ୍ସ୍ୟ ଚାଷୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲାପାଳ ‘ମତ୍ସ୍ୟ ମିତ୍ର ପୁରସ୍କାର’ ଘୋଷଣା କରିଥିଲେ। ‘ଜିପି ଟ୍ୟାଙ୍କରେ ମତ୍ସ୍ୟ ଚାଷକୁ ଇନ୍ପୁଟ୍ ସହାୟତା’ ଯୋଜନାରେ ସଫଳତା ପାଇଁ ନୂଆପଡ଼ା ବ୍ଲକ ଲାଙ୍ଗିମାର ଗୋସ୍ୱାମୀ ନେଟୱର୍କ ଅଫ୍ ଫିସ୍ ସିଡ୍ ଗ୍ରୋଅର’ ଯୋଜନାରେ ସଫଳତା ପାଇଁ ସିଲ୍ଡାର ନିର୍ମଳାବାଇ ପାଣ୍ଡେଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ସଫଳତା ଅନ୍ୟ ମତ୍ସ୍ୟ ଚାଷୀଙ୍କ ପାଇଁ ପ୍ରେରଣାଦାୟକ ବୋଲି ଜିଲ୍ଲାପାଳ କହିଥିଲେ।

ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମତ୍ସ୍ୟ ଅଧିକାରୀ ତୁଷାର ଦୀପ, ଡିପିସି (ମିଶନ ଶକ୍ତି) ସୁନୀଲ କୁମାର ମଲ୍ଲିକ, ସହକାରୀ ମତ୍ସ୍ୟ ଅଧିକାରୀ ସନ୍ତୋଷୀ ସାହୁଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ ମତ୍ସ୍ୟ ଅଧିକାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande