
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଶ୍ରୀ ବିରଜା ଶଙ୍କର ମିଶ୍ର ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୁଧବାର ତୋଷାଳି ଭବନସ୍ଥିତ ମାନବାଧିକାର ଆୟୋଗଙ୍କ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଜଷ୍ଟିସ୍ ଶ୍ରୀ ଶତ୍ରୁଘ୍ନ ପୂଜାହାରୀ ଏବଂ ସଦସ୍ୟ ଶ୍ରୀ ଚିତରଞ୍ଜନ ମହାପାତ୍ର ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଆୟୋଗଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ସଦସ୍ୟ ଶ୍ରୀ ମିଶ୍ରଙ୍କୁ ସ୍ୱାଗତ ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଜଣାଶୁଣା ଅଧିବକ୍ତା ଶ୍ରୀ ମିଶ୍ର ୧୯୯୩ ମସିହାରେ ଓଡ଼ିଶା ବାର୍ କାଉନ୍ସିଲ୍ ର ସଦସ୍ୟ ହେବା ପରେ ଦୀର୍ଘ ଚାରି ଦଶନ୍ଧି ଧରି ଆଇନଜୀବୀ ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ଓଡ଼ିଶା ମାନବାଧିକାର ଆୟୋଗରେ ଅଧ୍ୟକ୍ଷ ଏବଂ ଜଣେ ସଦସ୍ୟ ଥିବାବେଳେ ଶ୍ରୀ ମିଶ୍ର ସଦସ୍ୟ ଭାବେ ଯୋଗଦାନ ଦେବା ଦ୍ୱାରା କମିଶନର ସମସ୍ତ ପଦବୀ ପୂରଣ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା