
ଗଂଜାମ, 19 ଅଗଷ୍ଟ (ହି.ସ.) ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ପଂଜି ସ୍କିମର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଶରିଫ ମହମ୍ମଦ, ବୟସ ପଞ୍ଚାଳିଶ, ଠିକଣା ଜୟପୁର, ରାଜସ୍ଥାନ ।
ଗତ ସତର ଆଠ ଦୁଇ ହଜାର ଛବିଶ ଅପରାହ୍ନରେ ହୋଟେଲ ରାଧା ଗ୍ରାଣ୍ଡରେ ଅଭିଯୁକ୍ତ ଜଣକ ୱିନ ଟୁ ଅର୍ଣ ନାମକ କମ୍ପାନୀର ନେତା ପରିଚୟ ଦେଇ ଲୋକଙ୍କଠୁ ପ୍ରତି ଜଣକୁ ପାଞ୍ଚ ହଜାର ସାତଶହ ଟଙ୍କା ସଂଗ୍ରହ କରୁଥିଲେ। ନୂଆ ସଦସ୍ୟ ଯୋଡିଲେ ପ୍ରତି ଜଣକୁ ସାତଶହ ଟଙ୍କା ପ୍ରୋତ୍ସାହନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ସେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ୯୩ ଜଣଙ୍କୁ ସଦସ୍ୟ କରିଥିବା ସ୍ୱୀକାର କରିଛି। କମ୍ପାନୀର ମାଲିକ ଭୋପାଳର ଶିବାଜୀ ସାନ୍ଧ୍ୟାନ ବୋଲି କହିଛି। ତାଠାରୁ ଜବତ ହୋଇଛି ପାନ କାର୍ଡ, ଆଧାର କାର୍ଡ, ମୋବାଇଲ, କାଗଜପତ୍ର ଓ ଗୋଟିଏ ବାଲେନୋ ଗାଡ଼ି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ