
ଜୟପୁର, 19 ଅଗଷ୍ଟ (ହି.ସ.) -ଆଜି ଜୟପୁର ସ୍ଥିତ ଜୟନ୍ ଭବନ ଠାରେ ମାନବ ସେବା କେନ୍ଦ୍ର ଦ୍ଵାରା ସମାଜ କଲ୍ୟାଣ ପାଇଁ ଏକ ଛୋଟ ପ୍ରୟାସ ର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଜୟପୁର ଏସଡିପିଓ ସୁଶ୍ରୀ ଅର୍ଚ୍ଚିତା ମିତ୍ତଲ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି, ତହସିଲଦାର ସବ୍ୟସାଚୀ ଜେନା , ବିଡିଓ ଶକ୍ତି ମହାପାତ୍ର କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଭାପତି ଓ ସଂପାଦକ ଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କ ଆନ୍ତରିକ ସହଯୋଗ ଦ୍ଵାରା ଏହା ସଫଳ ହୋଇ ପାରିଛି ଯାହାଦ୍ୱାରା ୪୦୭୩୦/- ଟଙ୍କା ର ବିକ୍ରି ହୋଇଛି l ଏହି ଅର୍ଥ କୁ ରେଡକ୍ରସ କୁ ପ୍ରଦାନ କରାଯିବ l କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିବା ରେ ସହରବାସୀଙ୍କ ସହଯୋଗ ଏବଂ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ସହଯୋଗ କରିଥିବା ସମସ୍ତ ମିଡିଆ ବନ୍ଧୁ ଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ଵାଗତଯୋଗ୍ୟ ତେଣୁ ମାନବ ସେବା କେନ୍ଦ୍ର ର ସମସ୍ତ ସଦସ୍ୟ ସମ୍ପାଦକ ସୂର୍ଯ୍ୟ ପଟ୍ଟନାୟକ ସସଭାପତି ସଞ୍ଜୟ ଜୈନ ମମତା ଜୈନ, ସନ୍ଦୀପ, ମଧୁସ୍ମିତା ମିଶ୍ର, ଦିଲୀପ ରେଡି, ଗୌରୀ ପଟ୍ଟନାୟକ, ମନୋଜ୍ ସାହା, ଚନ୍ଦ୍ରା, ପ୍ରତିଭା ପାତ୍ର, ଅବନୀ ଜୈନ ଏବଂ ସମସ୍ତ କର୍ମ କର୍ତ୍ତା ଉପ ସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି