ଡିସେମ୍ବରରେ କଟକ ଏସସିବିର ନୂଆ ବିଲ୍ଡିଂ ଉଦ୍ ଘାଟନ
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଆସନ୍ତା ଡିସେମ୍ବରରେ କଟକ ଏସସିବିର ନୂଆ ବିଲ୍ଡିଂ ଉଦ୍ ଘାଟନ ହେବ। ଜାନୁଆରୀ ମାସରୁ ନୂତନ ବିଲ୍ଡିଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଦ୍ୱିତୀୟ କ୍ୟାମ୍ପସ୍ ରେ ନୂଆ ସ୍ୱତନ୍ତ୍ର ମେଡିସିନ୍ ବିଭାଗ ବିଲ୍ଡିଂ ହେବ। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛ
cm


ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଆସନ୍ତା ଡିସେମ୍ବରରେ କଟକ ଏସସିବିର ନୂଆ ବିଲ୍ଡିଂ ଉଦ୍ ଘାଟନ ହେବ। ଜାନୁଆରୀ ମାସରୁ ନୂତନ ବିଲ୍ଡିଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଦ୍ୱିତୀୟ କ୍ୟାମ୍ପସ୍ ରେ ନୂଆ ସ୍ୱତନ୍ତ୍ର ମେଡିସିନ୍ ବିଭାଗ ବିଲ୍ଡିଂ ହେବ। ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଲୋକସେବା ଭବନରେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଚାଲିଥିବା ବିକାଶ ଏବଂ ଭିତିଭୂମି ଉନ୍ନତିକରଣର ସମୀକ୍ଷା କରିଥିଲେ। ସମୀକ୍ଷାରେ ପ୍ରମୁଖ ଭିତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ଚିକିତ୍ସା ସୁବିଧାର ସୁଦୃଢ଼ୀକରଣ ଏବଂ ରୋଗୀ ସେବାରେ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande