
ଭଦ୍ରକ, ୧୯ ଅଗଷ୍ଟ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଷୋଳମପୁର ଗ୍ରାମ ପଂଚାୟତରେ ବନ୍ୟାଜଳ ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଷୋଳମପୁର ଗ୍ରାମ ପଂଚାୟତ ବିଭିନ୍ନ ଅଂଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୁରକ୍ଷିତ ସ୍ଥାନରେ ଆଶ୍ରାୟ ନେଇଛନ୍ତି ଲୋକେ । ମଣିନାଥପୁର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପହଂଚି ଲୋକ ମାନଙ୍କୁ ଭେଟିବା ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି (ବିଧାୟକ) । କ୍ଷତିଗ୍ରସ୍ତ ଲୋକମାନଙ୍କ ପାଲ (ଟାର୍ପୋଲିନ୍) ବଂଟନ କରିବା ସହ ଯଥା ଶିଘ୍ର ବନ୍ୟା ପ୍ରଭାବିତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ