ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ କେନ୍ଦୁଝରରେ କଳସ ବନ୍ଦନ ଅଭିଯାନର ଶୁଭାରମ୍ଭ
କେନ୍ଦୁଝର, ୧୯ ଅଗଷ୍ଟ (ହି.ସ.) - ତ୍ରୟୋଦଶ - ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା। ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ ହୋଇଥିଲା । ଦୀର୍ଘ ୧୨୦
Santha siromani


କେନ୍ଦୁଝର, ୧୯ ଅଗଷ୍ଟ (ହି.ସ.) - ତ୍ରୟୋଦଶ - ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା। ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ ହୋଇଥିଲା । ଦୀର୍ଘ ୧୨୦୦ ବର୍ଷ ଧରି ଦେଶ ପରାଧୀନ ଥିଲା । ଇଂରେଜଙ୍କ ଠାରୁ ଆରମ୍ଭ କରି ମୋଗଲ ପର୍ଯ୍ୟନ୍ତ ସଭିଏଁ ସନାତନ ଧର୍ମକୁ ବାରମ୍ବାର ଆକ୍ରମଣ କରିଥିଲେ । ଏହି ଧର୍ମକୁ ନଷ୍ଟ କରିବା ପାଇଁ ଅନେକ ଅପଚେଷ୍ଟା କରିଥିଲେ । ମାତ୍ର ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସ ମହାରାଜଙ୍କ କାରଣରୁ ଏହି ସନାତନ ଧର୍ମର ରକ୍ଷା ହେବା ସହିତ ଅନେକ ସଂସ୍କାର ଆସିଥିଲା ଏହି ଧର୍ମ ସହ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ । ଆଜି ଆମକୁ ଯେଉଁ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ମିିଳିଛି, ଏହାପଛରେ ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ପୂଜ୍ୟ ସନ୍ଥ ଶ୍ରୀ ଗୁରୁ ରବି ଦାସ ମହାରାଜ ଅଟନ୍ତି । ସମାଜରେ ଯେତେବେଳେ କିଛି ରୁଢ଼ିବାଦୀ ଲୋକ ଆମ ଭିତରେ ଝଗଡ଼ା ଲଗେଇବା ପାଇଁ, ବିବାଦ କରିବା ପାଇଁ, ଜାତିବାଦ ଆଣିବା ପାଇଁ ଉଦ୍ୟମ କରୁଥିଲେ ସେତେବେଳେ ସନ୍ଥ ଶ୍ରୀ ରବିଦାସ ଅନେକ ସଂଘର୍ଷ କରି ସମରସତାର ବାର୍ତା ଦେଇ ସମାଜରୁ ଛୁଆଁ, ଅଛୁଆଁ, ଅସ୍ପୁଶ୍ୟତା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ । ସମାଜରେ ସଂସ୍କାର ଆଣି ଠିକ୍ଭାବେ ଗଢ଼ିବା ପାଇଁ ସଂକଳ୍ପ ନେବା ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ପାଇଁ ଅନେକ ଯୁଗପୋଯୋଗୀ ନିଷ୍ପତି ନେଇଥିଲେ । ପରିବର୍ତନ କରିବାର ଆତ୍ମବିଶ୍ୱାସ, ପ୍ରତିବଦ୍ଧତା ଓ ଧୈର୍ଯ୍ୟ ବଳରେ ସାମାଜିକ ସମରସତାକୁ ଲୋକଙ୍କ ପାଖରେ ପହଂଚାଇପାରିଥିଲେ । ଏଥିଯୋଗୁଁ ସମଗ୍ର ଭାରତବର୍ଷରେ ଆଜି ଲୋକେ ତାଙ୍କୁ ପୂଜା କରୁଛନ୍ତି । ଏଭଳି ସମାଜ ସଂସ୍କାର କାର୍ଯ୍ୟ ଯୋଗୁ ହଜାର ହଜାର ବର୍ଷ ପର?୍ୟ୍ୟନ୍ତ ସନ୍ଥ ରବିଦାସଜୀଙ୍କୁ ଲୋକେ ମନେପକାଇବା ସହ ତାଙ୍କ ରାସ୍ତାକୁ ଅନୁସରଣ କରିବେ । କେନ୍ଦୁଝର ଜିଲ୍ଲାରେ ସନ୍ଥଜୀଙ୍କ ବାର୍ତାକୁ ନେଇ ସବୁଗାଁରେ ପହଂଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ରବି ଦାସଜୀଙ୍କ ବାର୍ତାକୁ ଜିଲ୍ଲାର ବ୍ଲକ ଓ ମଣ୍ଡଳସ୍ତର ପର?୍ୟ୍ୟନ୍ତ ପହଂଚାଇବା ପାଇଁ ବିଜେପି ସଂକଳ୍ପବଦ୍ଧ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାକାର କରିବା ପାଇଁ ବିଜେପିର ପ୍ରୟାସ ନିଶ୍ଚିନ୍ତ ସଫଳ ହେବ ବୋଲି ଜିଲ୍ଲା ସଭାପତି ବିଜେପି ଜିଲ୍ଲା ସଭାପତି କହିଛନ୍ତି ।

ପ୍ରାଚୀନ କାଳରୁ ମାନବ ସଭ୍ୟତା, ସଂସ୍କୃତି, ଧର୍ମ, ଦର୍ଶନ ଓ ଜ୍ଞାନ-ବିଜ୍ଞାନର ଆଦି ଭୂମି ରୂପେ ପ୍ରସିଦ୍ଧି ଅର୍ଜ୍ଜନ କରିଆସିଛି ଭାରତବର୍ଷ । ଏହି ପରିପ୍ରେକ୍ଷୀରେ ତାଙ୍କ ଜନ୍ମସ୍ଥାନ ବାରଣାସୀ କାଶୀରୁ ପବିତ୍ର ମୃତିକାକୁ କଳସରେ ସଂଗ୍ରହ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା । ସେହିପରି କେନ୍ଦୁଝର ରୁ ଯାଇଥିବା ପ୍ରତିନିଧିଦଳ ଏହି ପବିତ୍ର କଳସକୁ ଆଣି ଥିଲେ। ବୁଧବାର ଏକ ଭବ୍ୟ ସମାରୋହରେ କାର୍ଯ୍ୟକର୍ତାମାନଙ୍କ ଜରିଆରେ ବିଜେପିର ୪୫ଟି ସାଂଗଠନିକ ମଣ୍ଡଳରୁ ସ୍ଥାନୀୟ ମହାପୁରଷମାନଙ୍କ ଜନ୍ମସ୍ଥାନରୁ ମାଟି ଅଣାଯାଇ ଏହି ପବିତ୍ର ମୃତିକାରେ ମିଶାଯିବା ପରେ ତାହାକୁ ୪୫ଟି ପୃଥକ୍ କଳସରେ ବଂଟନ କରାଯିବା ପରେ ପୁଣି ଥରେ ୪୫ଟି ସାଂଗଠନିକ ମଣ୍ଡଳକୁ ପ୍ରେରିତ କରାଯାଇଛି । ସେଠାରୁ ପ୍ରତ୍ୟେକ ଗ୍ରାମ ପଂଚାୟତରୁ ପ୍ରତ୍ୟେକ ଗ୍ରାମକୁ ଏହି ପବିତ୍ର କଳସ ବୁଲିବା ପରେ ଶେଷରେ ସେହି ସ୍ଥାନରେ ବୃକ୍ଷରୋପଣ କରାଯିବ । ଏହି ଅଭିଯାନ ଅଧୀନରେ ବିଭିନ୍ନ ଧାର୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଜନସମ୍ପର୍କମୂଳକ କାର୍ଯ୍ୟକ୍ରମ କରାଯିବ। ଏଥିରେ ବହୁ ସଂଖ୍ୟାରେ ସାଧୁ ସନ୍ଥମାନେ ସାମିଲ ହେବେ । ପବିତ୍ର ମାଟି ସହିତ ଶ୍ରୀ ରବି ଦାସଙ୍କ ବାର୍ତା ଓ ଆଦର୍ଶକୁ ଗାଁ ଗାଁରେ ପହଂଚାଯିବ ।

ବୁଧବାର କେନ୍ଦୁଝର ଜିଲ୍ଲାରେ “କଳସ ବନ୍ଦନ ଅଭିଯାନର ଶୁଭାରମ୍ଭ” ଅବସରରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଙ୍କ ନେତୃତ୍ୱରେ କେନ୍ଦୁଝର ସହରର କାଶୀପୁର ମା' ଲକ୍ଷ୍ମୀ ଙ୍କ ମନ୍ଦିର ରେ ପୂଜାର୍ଚନା କରି କଳସ ଯାତ୍ରାରେ ସଂକୀର୍ତନ ହୁଳହୁଳି ଦେଇ ବିଜେପି ଜିଲ୍ଲା କାର୍ଯ୍ୟାଳୟ କୁ ଆସିଥିଲେ। କାର୍ଯ୍ୟାଳୟରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, କେନ୍ଦୁଝର ସାଂସଦ ଅନନ୍ତ ନାୟକ,ଜିଲ୍ଲା ଅନୁସୂଚିତଜାତି ମୋର୍ଚ୍ଚା ସଭାପତି ଶାନ୍ତନୁ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଅଗନୁ ମହାନ୍ତ,ରାଜ୍ୟ ଅନୁସୂଚିତଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଆଲୋକ କୁମାର ସେଠୀ, ଘସିପୁରା ବିଧାନସଭା ପ୍ରାର୍ଥୀ ଡ଼ଃ. ଶମ୍ଭୁନାଥ ରାଉତ,ଏସଡ଼ିସି ଚେୟାରମ୍ୟାନ ମମିତା ନାଏକ,ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂହ,ରାଜ୍ୟ କାର?୍ୟ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ,ଯୋଗ ଗୁରୁ ଦମ୍ବରୁଧର ସାହୁ,ପଣ୍ଡିତ ପ୍ରଭାସଚନ୍ଦ୍ର ଦାସ,ବାବା କୃଷ୍ଣଚନ୍ଦ୍ର ରାମ,ଜିଲ୍ଲା ଅନୁସୂଚିତଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ତୃପ୍ତିମୟୀ ଜେନା ଏବଂ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ମଂଚାସୀନ ହୋଇ ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବି ଦାସଙ୍କ ଦର୍ଶନ, ସମରସତା, ସାମାଜିକ ନ୍ୟାୟ ଓ ମାନବତାର ବାର୍ତାକୁ ଅଭିଭାଷଣ ମାଧ୍ୟମରେ ରଖିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande