
ମାଲକାନଗିରି,୧୯ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅଧିକାରୀ ଅର୍ଜୁନ କହଁର ଙ୍କ ବଦଳୀ ପରେ ଆଜି ନୂତନ ଥାନା ଅଧିକାରୀ ଭାବେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରୁ ଦୀନକ୍ରିଷ୍ଣ ଯୋଗଦାନ କରିଛନ୍ତି!ଏହି ଅବସରରେ ତାଙ୍କୁ ଥାନା ପରିସରରେ ସମାଜସେବୀ ବିଶ୍ବନାଥ ରେଡି, ମୋଟୁ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦାରି ଲିଙ୍ଗା, ପଶୁଗୁଡ଼ା ସରପଞ୍ଚ ରାମା ରାବା, ମୋଟୁ ପଞ୍ଚାୟତର ନାଏବ ସରପଞ୍ଚ ସୟାଦ୍ ୟୁସୁଫ ଏବଂ ଇ. ମୁଚ୍ୟାଲାରାଓ ନୂତନ ଥାନା ଅଧିକାରୀଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଅଞ୍ଚଳର ଆଇନଶୃଙ୍ଖଳା, ଜନସାଧାରଣଙ୍କ ସୁରକ୍ଷା ଓ ପୁଲିସ-ଜନସାଧାରଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଶା ପ୍ରକାଶ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ