
ନୂଆପଡ଼ା,୧୯ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଛକ ନିକଟରେ ଏକ ଅଜଣା ଟ୍ରକ୍ ଧକ୍କାରେ ୩ଟି ବୁଲା ଗାଈ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ଦଳ ପହଞ୍ଚି ଆହତ ଗାଈମାନଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ପରେ ଆହତ ଗାଈମାନଙ୍କୁ ଖଡ଼ିଆଳ ଗୋଶାଳାକୁ ନିଆଯାଇ ସେଠାରେ ରଖାଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଟ୍ରକ୍ ସମ୍ପର୍କରେ ତଦନ୍ତ ଚାଲିଥିବା ନେଇ ପୋଲିସ ସୁତ୍ରରୁ ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ