ମାଳିଡିହିରେ ଅଜଣା କାର ଧକ୍କାରେ ୨ ବାଇକ ଆରୋହୀ ଗୁରୁତର
Two severely injured in accident
Two severely injured


ଝାରସୁଗୁଡ଼ା, 19 ଅଗଷ୍ଟ (ହି.ସ.) କୋଲାବିରା ଥାନା ଅଧିନସ୍ଥ ଜାତୀୟ ରାଜପଥ ୪୯ର ମାଳିଡିହି ଗାଁ ମୁଣ୍ଡରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮ଟା ରେ ଗୋଟିଏ ଅଜଣା କାର ଗୋଟିଏ ବାଇକକୁ ଧକ୍କା ଦେବାରୁ ବାଇକ ରେ ବସିଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ଆହତ ଯୁବକ ଦ୍ୱୟ ହେଲେ ଦୀପକ ସାହୁ (୩୦) ଓ ବିଜୁ ସାହୁ (୪୦) l ଦୀପକ ଓ ବିଜୁ ଏକ ବାଇକ ରେ କୁଚିଣ୍ଡା ପଟୁ ଘରକୁ ଆସୁଥିବା ଵେଲେ କୁଚିଣ୍ଡା ରୁ ଝାରସୁଗୁଡ଼ା ଆସୁଥିବା ଏକ କାର ଦ୍ରୁତ ଗତିରେ ପଛପଟୁ ବାଇକ୍ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଗୁରୁତର ଆହତ ଅବସ୍ଥାରେ କୋଲାବିରା ପୋଲିସ ଓ ଗ୍ରାମବାସୀ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଲୟ କୁ ନେଇଥିଲେ l ଏବେ ଉଭୟ ଯୁବକ ସୁସ୍ଥ ଥିବା ବେଳେ ଡାକ୍ତରଖାନା ରେ ତାଙ୍କର ଚିକିତ୍ସା ଚାଲୁ ରହିଛି l କୋଲାବିରା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି କାର କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande