
ମାଲକାନଗିରି , ୧୯ ଅଗଷ୍ଟ (ହି.ସ.) - କାଲିମେଳା-ପଡିଆ ରାସ୍ତା ଠାରେ ଥିବା ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ସ୍ତମ୍ଭରେ ସ୍ୱାଧୀନତା ଦିବସ ସରିଗଲା ହେଲେ ଆଜି ପର୍ଯ୍ୟନ୍ତ ଜାତୀୟ ପତାକା ଲାଗି ପାରିଲା ନାହିଁ!କିଛି ମାସ ତଳେ ପୂର୍ବରୁ ଲାଗି ଥିବା ପତାକା ଚିରି ଯିବା ପରେ ତାକୁ ସ୍ତମ୍ଭରୁ କଡ଼ା ଯାଇଥିଲା । ୨୦୨୩ ରେ ତତ୍କାଳୀନ କାଲିମେଳା ବିଡ଼ିଓ ଉମାଶଙ୍କର ଦଳେଇ ଉଦ୍ୟମରେ ଆମ୍ବେଦକର ମୁର୍ତ୍ତି ନିକଟରେ ଏହି ସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏବଂ ଏଥିରେ ବିରାଟକାୟ ଜାତୀୟ ପତାକା ଲଗାଯାଇ ଉଦଘାଟନ ମଧ୍ୟ କରାଯାଇଥିଲା । ସେଦିନ ଠାରୁ କାଲିମେଳା ଅଞ୍ଚଳର ଏହା ଶୋଭା ବଢାଉ ଥିଲା । ଏବଂ ଏହି ଦୃଶ୍ୟ ଦେଖଣାହାରୀ ଙ୍କୁ ବେଶ ଆକର୍ଷିତ କରୁଥିବା ବେଳେ ସେହି ବାଟ ଦେଇ ଯାଉଥିବା ଲୋକେ ବିରାଟକାୟ ଜାତୀୟ ପତାକା ଉପରେ ନିଜର ଏକ ଝଲକ ପଡୁଥିଲା । ତେବେ କିଛି ମାସ ତଳେ ପତକା ଟି ଚିରି ଯିବା ପରେ ତାକୁ ବାହାରକରି ଦିଆଗଲା । କିନ୍ତୁ ସେ ଦିନ ଠାରୁ ସ୍ଥାନୀୟ ପ୍ରଶାସନ ଭୁଲି ଯାଇଥିବାରୁ ଚଳିତ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ମଧ୍ୟ ପାର ହୋଇ ଗଲା । କାଲିମେଳା ସହର ମଝିରେ ଥିବା ଏହି ସ୍ତମ୍ଭର ସୈନ୍ଦର୍ଯ୍ୟ ପାଇଁ ସ୍ତମ୍ଭ ତଳେ ଚଳିତ ଅଗଷ୍ଟ ୧୫ ପୂର୍ବରୁ ଏଠାରେ ବ୍ଲକ ପକ୍ଷରୁ କାମ କରାଯାଇଛି । କିନ୍ତୁ ଘର ଘର ତ୍ରିରଙ୍ଗା ଲଗାଯାଇଥିବା ବେଳେ ଏଠାରେ ତ୍ରିରଙ୍ଗା ବା ଜାତୀୟ ପତାକା ଲାଗିଲା ନାହିଁ । ତେବେ ଗୁଜୁରାଟ ରୁ ଆସିଲା ପରେ ପତାକା ଲଗାଯିବ ବୋଲି କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ