
ଜୟପୁର, 19 ଅଗଷ୍ଟ (ହି.ସ.) - ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କାଠରଗଡା ର ଉପାନ୍ତ ଅଞ୍ଚଳ ରେ କିଭଳି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ରୋଗ ନ ବ୍ୟାପେ ସେଥିପାଇଁ ପଞ୍ଚାୟତର ଅନେକ ଗ୍ରାମରେ ପୃଥକ୍ ପୃଥକ୍ ଭାବେ ତିନୋଟି ଡାକ୍ତରୀ ଦଳକୁ ନେଇ ସ୍ବାସ୍ଥ୍ୟ ସ୍ଥିତି ପରଖିଛନ୍ତି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ କୁମାର ଶତପଥୀ । ଏହି ସବୁ ସ୍ଥାନ ରେ ମେଡିକାଲ୍ ଟିମ୍ ସହ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି ସ୍ବାସ୍ଥ୍ୟ ଶିବିର ରେ ଅଣ ସଂକ୍ରମିତ ରୋଗ, ମ୍ୟାଲେରିଆ, ଡେଙ୍ଗୁ, ତରଳ ଝାଡ଼ା, ଯକ୍ଷ୍ମା, କୁଷ୍ଠ ଭଳି ବିଭିନ୍ନ ପ୍ରକାର ର ରୋଗର ପରୀକ୍ଷା ମାନ କରା ଯାଇଥିଲା। ଉପାନ୍ତ ଅଞ୍ଚଳ ରୁ ଆସିଥିବା ଅନେକ ଗର୍ଭବତୀ ମହିଳା ମାନଙ୍କ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ଶତପଥୀ ଙ୍କ ତତ୍ବାବଧାନରେ ଏହି ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅଞ୍ଚଳ ର ଅନେକ ଗ୍ରାମ ର ରୋଗୀ ନିଜ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଟିମ୍ ରେ କାଠରଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଶିବ ପ୍ରସାଦ ମହାରଣା, ଡାକ୍ତର ଦିଲ୍ଲୀପ କୁମାର ନାଥ, ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଦମୟନ୍ତୀ ମୁଦୁଲି,ମହିଳା ସ୍ୱାସ୍ଥ୍ୟକର୍ମୀ ଭଗବତୀ ନାଗ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରତାପ ହିଆଲ ଏବଂ ଆଶା କର୍ମୀ ମାନେ ଉପସ୍ଥିତ ରହି ଏହି ସ୍ବାସ୍ଥ୍ୟ ଶିବିର ର ସୂ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି