ରାଉରକେଲା ସର୍କିଟ ହାଉସ ବନ୍ଧୁକ ମାମଲା,୩ଜଣ ଙ୍କୁ ରିମାଣ୍ଡରେ ନେଲା ପୁଲିସ
ରାଉରକେଲା, 19 ଅଗଷ୍ଟ (ହି.ସ.) - ରାଉରକେଲା ସର୍କିଟ ହାଉସ ରୁ ୪ବନ୍ଧୁକ ଓ ୧୧ଟି ଗୁଳି ସହ ପ୍ରାୟ ୨୫ଦିନ ରହି ସର୍କିଟ ହାଉସରେ ଅପରାଧ ର ଯୋଜନା କରୁଥିବା ଅପରାଧୀ ମାନଙ୍କ ଭିତରୁ ୩ଜଣଙ୍କୁ ରାଉରକେଲା ପୁଲିସ ରିମାଣ୍ଡରେ ଆଜି ଆଣିଛି . ସେମାନଙ୍କୁ ୨ଦିନିଆ ରିମାଣ୍ଡ ଅଣାଯାଇଥିବା ପୁଲିସ କହିଛି . ଏହି ୩
ରାଉରକେଲା ସର୍କିଟ ହାଉସ ବନ୍ଧୁକ ମାମଲା,୩ଜଣ ଙ୍କୁ ରିମାଣ୍ଡରେ ନେଲା ପୁଲିସ


ରାଉରକେଲା, 19 ଅଗଷ୍ଟ (ହି.ସ.) - ରାଉରକେଲା ସର୍କିଟ ହାଉସ ରୁ ୪ବନ୍ଧୁକ ଓ ୧୧ଟି ଗୁଳି ସହ ପ୍ରାୟ ୨୫ଦିନ ରହି ସର୍କିଟ ହାଉସରେ ଅପରାଧ ର ଯୋଜନା କରୁଥିବା ଅପରାଧୀ ମାନଙ୍କ ଭିତରୁ ୩ଜଣଙ୍କୁ ରାଉରକେଲା ପୁଲିସ ରିମାଣ୍ଡରେ ଆଜି ଆଣିଛି . ସେମାନଙ୍କୁ ୨ଦିନିଆ ରିମାଣ୍ଡ ଅଣାଯାଇଥିବା ପୁଲିସ କହିଛି . ଏହି ୩ଜଣଙ୍କୁ ଆଣିବାର ଲକ୍ଷ୍ୟ ବନ୍ଧୁକ କେଉଁଠୁ ଆସିଥିଲା ତାହା ଜାଣିବା . ଏଠାରେ ଉଲ୍ଲେଖ ଯୋଗ୍ୟ ୨୦ବର୍ଷ ଧରି ପୁଲିସ ଏହିଭଳି ବନ୍ଧୁକ ଧରୁଛି କିନ୍ତୁ ଏହାର ମୁଖ୍ୟ କିଏ ଆଜିଯାଏ ଓଡିଶା ପୁଲିସ ଜାଣିପାରିନାହିଁ,କିନ୍ତୁ କୋରା ବନ୍ଧୁକ ମାମଲାରେ ଯଦି କିଛି ବନ୍ଧୁକ ଦରକାର ପଡୁଛି ପୁଲିସ ତାହା ସେହି ମାନଙ୍କ ଠାରୁ ଯୋଗାଡ଼ କରୁଛି ବୋଲି କୁହାଯାଉଛି. ତେବେ ଏହି ମାମଲାରେ ମୁଖ୍ୟ ପ୍ରଶ୍ନ କିଏ ସେ ବ୍ୟକ୍ତି ଏହିଭଳି ଏକ ସରକାରୀ ଗେଷ୍ଟ ହାଉସରେ ୨୫ଦିନ କାଳ ଏମାନଙ୍କୁ ରଖିଥିଲା? କଣ ଏମାନଙ୍କ ଲକ୍ଷଥିଲା,କେତେ ସ୍ୱପାରୀ କାରବାର ହୋଇଥିଲା,କେଉଁ ନେତାଙ୍କୁ ଏମାନେ ମାରିଥାନ୍ତେ,କିଏ ଏମାନଙ୍କୁ ମଦ,ଖାଇବା ଦେଉଥିଲା,କେଉଁମାନେ ଏମାନଙ୍କୁ ଭେଟିବାକୁ ଆସୁଥିଲେ,ଆଗରୁ ଏମିତି କେତେଥର ଏଠି ସେମାନେ ରହିଥିଲେ?ଏହି ଭଳି ଅନେକ ପ୍ରଶ୍ନ ର ଉତ୍ତର ଏବେ ଏମାନେ କହିବେ ବୋଲି ଲୋକେ ଆଶା କରିଛନ୍ତି.

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande