
ଭୁବନେଶ୍ୱର, ୧୯
ଅଗଷ୍ଟ(ହି.ସ) : ବିଶ୍ୱ ମାନବିକତା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସଙ୍କଟ ସମୟରେ ସାହସ ଓ କରୁଣାର ସହିତ ଲୋକଙ୍କ ସେବା କରୁଥିବା ମାନବିକ ସେବାକର୍ମୀ, ସ୍ୱେଚ୍ଛାସେବୀମାନଙ୍କ
ପ୍ରତି ସମ୍ମାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଙ୍କଟ
ସମୟରେ ଲୋକଙ୍କ ସହାୟତା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଥିବା ସମସ୍ତ କର୍ମୀଙ୍କ ସେବା
ମାନବିକତାର ପ୍ରକୃତ ଭାବନାକୁ ପ୍ରତିଫଳିତ କରେ। ବିଶେଷକରି ଓଡ଼ିଶାରେ ଜାରି ରହିଥିବା ବନ୍ୟାରେ
ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ଭୂମିସ୍ତରରେ ନିରନ୍ତର କାର୍ଯ୍ୟ କରୁଥିବା ରିଲିଫ୍ କର୍ମଚାରୀ
ଓ ସ୍ୱେଚ୍ଛାସେବୀମାନଙ୍କୁ ସେ ପ୍ରଶଂସା କରିଛନ୍ତି।
ମାଝୀ କହିଛନ୍ତି ଯେ, ଏହି
କର୍ମୀମାନଙ୍କର ନିଃସ୍ୱାର୍ଥ ସେବା ମନୋଭାବ ଓ ପ୍ରତିବଦ୍ଧତା ସମାଜ ପ୍ରତି ସେମାନଙ୍କ ଦାୟିତ୍ୱବୋଧକୁ
ପ୍ରତିଫଳିତ କରେ। କରୁଣା, ସାହସ ଓ ମାନବିକତା ସର୍ବଦା ଲୋକମାନଙ୍କୁ ପଥପ୍ରଦର୍ଶନ କରୁ ସେ ଏହି
କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା