
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)-ଅନଲାଇନ୍
ଗାଡ଼ି ଚାଳକଙ୍କ ହିଂସ୍ର ଆନ୍ଦୋଳନକୁ ନେଇ ଚେତାବନୀ ଦେଇଛନ୍ତି ଡିସିପି । ସେ କହିଛନ୍ତି ଯେ, ସେମାନଙ୍କ
ଦାବି ଅଯଥାର୍ଥ, ଏଥିରେ ସରକାରଙ୍କ କିଛି କରିବାର ନାହିଁ । ସେମାନେ ଘରୋଇ କଂପାନୀ ସହ
ସଂପୃକ୍ତ, ଏଥିରେ
ସରକାର କଣ କରିବେ । ଦିନକ ପାଇଁ ଅନୁମତି ଥିଲା,
ଆଜି ଜାଣିଶୁଣି ଅସୁବିଧା କରୁଛନ୍ତି । ଯେଉଁମାନେ ଭଙ୍ଗାରୁଜା
କରିଛନ୍ତି, ସେମାନଙ୍କ
ମଧ୍ୟରୁ କିଛି ଅଟକ ରଖାଯାଇଛି । ଥାନାରେ ଏତଲା କରି ଗିରଫ ସହ କୋର୍ଟ ଚାଲାଣ କରିବୁ ବୋଲି
ଡିସିପି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା