
ଜୟପୁର, 19 ଅଗଷ୍ଟ (ହି.ସ.) - ଜୟପୁର -ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ହୋଇଛି । ଜୟପୁର ତହସିଲ ଅନ୍ତର୍ଗତ ହଡପା ଓ ଜୟନ୍ତିଗିରି ମୌଜାର ୨୭ଟି ଜମି ମାଲିକଙ୍କର ୧୪ ଏକର ୬୫ ସେଣ୍ଟ ଜମି ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ହଡପା ମୌଜାର ୧୪ ଜଣ ଜମି ମାଲିକଙ୍କ ୬ ଏକର ୨୦ ସେଣ୍ଟ, ଜୟନ୍ତିଗିରି ମୌଜାର ୧୩ ଜଣ ଜମି ମାଲିକଙ୍କ ୮ ଏକର ୪୫ ସେଣ୍ଟ ପ୍ରଦାନ କରାଯାଇଛି । ଜମି ମାଲିକଙ୍କୁ କ୍ଷତି ପୁରଣ ଦେବା ପରେ ରାଜସ୍ୱ ବିଭାଗ ଆଜି ରେଳ ବିଭାଗକୁ ଜୟପୁର - ନବରଙ୍ଗପୁର ରେଳେ ପ୍ରକଳ୍ପ ପାଇ ଜମି ହସ୍ତାନ୍ତର କରିଛି । ରାଜସ୍ୱ ବିଭାଗର ଜମିକୁ ରେଳ ବିଭାଗକୁ ହସ୍ତାନ୍ତର ସମୟରେ ଜୟପୁର ତହସିଲଦାର ସବ୍ୟ ସାଚି ଜେନା, ରାଜସ୍ୱ ସୁପରଭାଇଜର ଅଶୋକ ମିଶ୍ର, ଜୟନ୍ତିଗିରି ରାଜସ୍ୱ ନିରିକ୍ଷକ ନିରୁପମା ସାହୁ, ପୁଜାରିପୁଟ ରାଜସ୍ୱ ନିରିକ୍ଷକ ସୌଭାଗ୍ୟ ସାହୁ ଙ୍କ ସହ ରେଳ ବିଭାଗର ଅଧିକାରି ମାନ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି