
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ
ମାନବିକତା ଦିବସରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି
ସିଂହଦେଓ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମାନବିକତା ସେତେବେଳେ ସର୍ବାଧିକ ଉଜ୍ଜ୍ୱଳ ହୁଏ, ଯେତେବେଳେ
କରୁଣା କାର୍ଯ୍ୟର ରୂପ ନିଏ। ବିଶ୍ୱ ମାନବିକତା ଦିବସ ଅବସରରେ, ସଙ୍କଟର
ସମୟରେ ଲୋକମାନଙ୍କ ପାଖରେ ଠିଆ ହୋଇ ସେମାନଙ୍କୁ ଆଶା,
ମର୍ଯ୍ୟାଦା ଏବଂ ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଉଥିବା
ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ଆସନ୍ତୁ ସମ୍ମାନ ଓ କୃତଜ୍ଞତା ଜଣାଇବା। ଆସନ୍ତୁ, ଆମେ
ଏପରି ଏକ ବିଶ୍ୱ ଗଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା, ଯେଉଁଠାରେ ସହାନୁଭୂତି
ପ୍ରତ୍ୟେକ ସେବାମୂଳକ କାର୍ଯ୍ୟରେ ପ୍ରତିଫଳିତ ହୁଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା