ବିଶ୍ୱ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫରମାନଙ୍କୁ ଶୁଭେଚ୍ଛା ଜଣାଇଲେ କେଭ ସିଂହଦେଓ
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଏକ ଫଟୋଗ୍ରାଫ୍ କେବଳ ଏକ ମୁହୂର୍ତ୍ତକୁ କ୍ୟାମେରାରେ ବ
ବିଶ୍ୱ ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫରମାନଙ୍କୁ     ଶୁଭେଚ୍ଛା ଜଣାଇଲେ କେଭ ସିଂହଦେଓ


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ

ଫଟୋଗ୍ରାଫି ଦିବସରେ ଫଟୋଗ୍ରାଫରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭ ସିଂହଦେଓ

। ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଏକ ଫଟୋଗ୍ରାଫ୍ କେବଳ

ଏକ ମୁହୂର୍ତ୍ତକୁ କ୍ୟାମେରାରେ ବନ୍ଦୀ କରେ ନାହିଁ—ଏହା ତାହା ମଧ୍ୟରେ ଥିବା ଭାବନା, ଦୃଷ୍ଟିକୋଣ

ଓ କାହାଣୀକୁ ସଂରକ୍ଷଣ କରି ରଖେ। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ, ଆସନ୍ତୁ

ସେହି ଫଟୋଗ୍ରାଫରମାନଙ୍କୁ ସମ୍ମାନ ଜଣାଇବା,

ଯାହାଙ୍କ ଦୃଷ୍ଟିକୋଣ କ୍ଷଣସ୍ଥାୟୀ ମୁହୂର୍ତ୍ତଗୁଡ଼ିକୁ ଚିରସ୍ଥାୟୀ

ସ୍ମୃତିରେ ପରିଣତ କରେ ଏବଂ ଆମକୁ ବିଶ୍ୱକୁ ଦେଖିବାର ନୂଆ ଦୃଷ୍ଟି ଦିଏ। ଯାହାକୁ ଶବ୍ଦ ସବୁବେଳେ

ପ୍ରକାଶ କରିପାରେ ନାହିଁ, ତାହାକୁ ଧରି ରଖିବାର କଳାକୁ ସେଲିବ୍ରେଟ୍ କରିବାକୁ ଆହ୍ୱାନ

ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande