
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ଗୁଜରାଟର ଆଇଟି
ମନ୍ତ୍ରୀଙ୍କୁ ଔପଚାରିକ ସାକ୍ଷାତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏହି
ଅବସରରେ ଉଭୟଙ୍କ ମଧ୍ୟରେ ଆଇଟି ଓ ବିଜ୍ଞାନ ସଂପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି ।
ଏନେଇ ମନ୍ତ୍ରୀ କହିଛନ୍ତି
ଯେ, ଗୁଜରାଟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅର୍ଜୁନ ମୋଧୱାଡିଆଜୀଙ୍କୁ ଭେଟି ଅତ୍ୟନ୍ତ ଆନନ୍ଦିତ। ଆଇଟି, ବିଜ୍ଞାନ ଓ ପ୍ରଯୁକ୍ତି, ଡିଜିଟାଲ୍ ଭିତ୍ତିଭୂମି ଏବଂ ପ୍ରଯୁକ୍ତିନିର୍ଭର ପଦକ୍ଷେପଗୁଡ଼ିକ ନେଇ
ତାଙ୍କ ସହ ଏକ ଫଳପ୍ରଦ ଆଲୋଚନା ହେଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା