ଏମଏମଡିଆର ବିଲ୍ ନେଇ ବର୍ଷିଲେ ନବୀନ
- ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବାକୁ ଦେଲେ ଆହ୍ୱାନ ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ବା ଏମଏମଡିଆର ସଂଶୋଧନ ବିଲ୍ କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ବର୍ଷିଛନ୍ତି ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ସଂଶୋଧିତ
Naveen Patnaik (File Photo)


- ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବାକୁ ଦେଲେ ଆହ୍ୱାନ

ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ବା ଏମଏମଡିଆର ସଂଶୋଧନ ବିଲ୍ କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ବର୍ଷିଛନ୍ତି ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ସଂଶୋଧିତ ଆଇନ ଓଡ଼ିଶାର ଖଣି ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ରାଜସ୍ୱକୁ କ୍ଷତିଗ୍ରସ୍ତ କରିବ ବୋଲି ସେ ଅଭିଯୋଗ କରିଛନ୍ତି।

ବୁଧବାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ଭିଡିଓ ବାର୍ତାରେ ନବୀନ କହିଛନ୍ତି, “ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର।” ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ରାଜ୍ୟବାସୀ କଦାପି ବରଦାସ୍ତ କରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

୨୦୦୦ ମସିହାରେ ବିଜେଡି ସରକାର ଦାୟିତ୍ୱ ନେବା ସମୟରେ ରାଜ୍ୟର ଆର୍ôଥକ ସ୍ଥିତି ଦୟନୀୟ ଥିଲା । ୨୦୨୪ରେ ସରକାର ପରିବର୍ତନ ସମୟରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ିଥିବା ଦାବି କରି ସେ କହିଛନ୍ତି ଯେ ଦୃଢ଼ ଆର୍ôଥକ ପରିଚାଳନା ସହ ଖଣି ରାଜସ୍ୱ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁକିଛି ବଦଳିଗଲା। ଓଡ଼ିଶାକୁ ଏବେ ପୁଣି କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ।

ଆପଣମାନେ ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ପଠାଇଲେ, କିନ୍ତୁ ଏ ମାଟିର ସ୍ୱାର୍ଥ ପାଇଁ ସେମାନଙ୍କ ମଧ୍ୟରୁ କେହି ହେଲେ ପାଟି ଖୋଲିଲେ ନାହିଁ। ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହେଲେ।

ଏମଏମଡିଆର ସଂଶୋଧନ ବିଲ୍ କୁ ସଂସଦରେ ଆଲୋଚନା ବିନା ପାସ୍ କରାଯାଇଥିବା ନବୀନ ଅଭିଯୋଗ କରିଛନ୍ତି। ରାଜ୍ୟସଭାରେ କେବଳ ବିଜେଡି ସାଂସଦମାନେ ବିଲ୍ କୁ ଦୃଢ଼ ବିରୋଧ କରିଥିବା ସେ ଦାବି କରିଛନ୍ତି। ବିଲ୍ କୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଅନୁରୋଧ କରିଥିବା କହିଛନ୍ତି।

ନବୀନ କହିଛନ୍ତି ଓଡ଼ିଶାରେ ଥିବା କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଓ ମାଙ୍ଗାନିଜ୍ ଭଳି ଖଣିଜ ସମ୍ପଦରୁ ରାଜ୍ୟ ରାଜସ୍ୱ ପାଇଥାଏ। ନୂଆ ଆଇନ ଯୋଗୁଁ ରାଜ୍ୟର ଆୟ ହ୍ରାସ ପାଇଲେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହାର ପ୍ରଭାବରେ ସ୍କୁଲ, କଲେଜ, ଡାକ୍ତରଖାନା, ରାସ୍ତା, ପୋଲ ଓ ଅନ୍ୟାନ୍ୟ ଭିତିଭୂମି ଏବଂ ଜନକଲ୍ୟାଣ ଯୋଜନା ପ୍ରଭାବିତ ହୋଇପାରେ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସମସ୍ତେ ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବା ଆବଶ୍ୟକ ବୋଲି ନବୀନ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ଅଧିକାର ଓ ଖଣି ସମ୍ପଦର ସୁରକ୍ଷା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ସେ କହିବା ସହ ରାଜ୍ୟବାସୀଙ୍କୁ ଏହି ଲଢ଼େଇରେ ଏକଜୁଟ ହେବାକୁ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande