
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ରାଜଧାନୀରେ
ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ତୃତୀୟ ଦିନରେ ଜୋରଦାର ହୋଇଛି। ଲୋୟର ପିଏମ୍ଜି
ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଓଲା, ଉବରଓ ରାପିଡୋଚାଳକମାନେ ଏକାଠି ହୋଇ ଜୋରଦାର ପ୍ରତିବାଦ କରିଛନ୍ତି। ପ୍ରାପ୍ୟ
ବୃଦ୍ଧି ସହ ସାମାଜିକ ସୁରକ୍ଷା ଦାବିରେ ଚାଳକମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି।
ଭୁବନେଶ୍ବରରେ ଅନଲାଇନ୍
ଗାଡ଼ି ଚାଳକ-ପୋଲିସ ଧସ୍ତାଧସ୍ତି ହୋଇଛି । ଲୋୟର ପିଏମ୍ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ
ମୁହାଁମୁହିଁ ହୋଇଛନ୍ତି । ଖଣ୍ଡଯୁଦ୍ଧ ପରିସ୍ଥିତି,
ପୋଲିସ ଉପରକୁ ଟେକା ପଥର ମାଡ଼ ହୋଇଛି । ଏକ ‘ଆମ ବସ୍’କୁ ପଥର
ମାଡ଼ କରି ଭାଙ୍ଗି ଚୁରମାର କରିଦେଇଛନ୍ତି ।
ଆନ୍ଦୋଳନ ଯୋଗୁ ରେଲୱେ
ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇଛି । ଷ୍ଟେସନ୍ ଓ ଏୟାରପୋର୍ଟରୁ
ଫେରୁଥିବା ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।
ଚାଳକମାନଙ୍କ ଅଭିଯୋଗ
ଅନୁସାରେ, ଅନଲାଇନ୍
କ୍ୟାବ୍ ଓ ବାଇକ୍ ସେବାରେ ଦୀର୍ଘ ସମୟ କାମ କରିବା ସତ୍ତ୍ୱେ ଆୟ ଅନୁପାତରେ ଖର୍ଚ୍ଚ
ବଢ଼ିଚାଲିଛି। ତେଣୁ ପ୍ରାପ୍ୟ ବୃଦ୍ଧି, ଉଚିତ ପାରିଶ୍ରମିକ ଏବଂ ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ ପାଇଁ
ସେମାନେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା