
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.)- ବିଶ୍ୱ
ଫଟୋଗ୍ରାଫି ଦିବସରେ ସମସ୍ତ ଫଟୋଗ୍ରାଫରଙ୍କୂ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ, ଆମ
ଓଡ଼ିଶାର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ,
ସମୃଦ୍ଧ ଐତିହ୍ୟ ଓ ଅନନ୍ୟ ସଂସ୍କୃତିକୁ କ୍ୟାମେରାର ଫ୍ରେମ୍ରେ
ସ୍ଥାନ ଦେଇଆସିଥିବା ସମସ୍ତ ଫଟୋଗ୍ରାଫରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।ପ୍ରତ୍ୟେକ ଫଟୋ ଅସରନ୍ତି
କାହାଣୀ କହେ ।କ୍ୟାମେରା
ଫ୍ରେମ୍ରେ ଆମ ଓଡ଼ିଶାକୁ ଆହୁରି ଅଧିକ ସୁନ୍ଦର ଭାବେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ
ଆହ୍ୱାନ ଦେଇଛନ୍ତି ପ୍ରଭାତି ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା