ହ୍ୱାଟସଆପରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ
- ଆମ ସାଥୀ ହ୍ୱାଟସଆପ୍ ଚାଟବଟର ଲୋକାର୍ପଣ କଲେ ରାଜସ୍ୱ ମନ୍ତ୍ରୀ ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆମ ସାଥୀ ହ୍ୱାଟସଆପ୍ ଚାଟବଟ'' ମାଧ୍ୟମରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା''ର ଶୁଭ ଲୋକାର୍ପଣ
ui


- ଆମ ସାଥୀ ହ୍ୱାଟସଆପ୍ ଚାଟବଟର ଲୋକାର୍ପଣ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆମ ସାଥୀ ହ୍ୱାଟସଆପ୍ ଚାଟବଟ' ମାଧ୍ୟମରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା'ର ଶୁଭ ଲୋକାର୍ପଣ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ୱଚ୍ଛ, ପାରଦର୍ଶୀ ତଥା ଉତରଦାୟୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତପ୍ରକାଶ କରିଛନ୍ତି ।

ଏହି ନୂତନ ବ୍ୟବସ୍ଥାର ଲୋକାର୍ପଣ କରି ମନ୍ତ୍ରୀ କହିଥିଲେ ଯେ, ନାଗରିକମାନଙ୍କୁ ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଦାଖଲ ଓ ତାହାର ସ୍ଥିତି ଅନୁସରଣ ପାଇଁ ଏକ ସରଳ, ସୁବିଧାଜନକ ଓ ସ୍ୱଚ୍ଛ ଡିଜିଟାଲ ବ୍ୟବସ୍ଥା ଭାବେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ଚାଟବଟ୍ ମାଧ୍ୟମରେ ରାଜସ୍ୱ ବିଭାଗର ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବଦଳୁଥିବା ସମୟର ଢାଞ୍ଚାରେ ରାଜସ୍ୱ ବିଭାଗ ମଧ୍୍ୟ ନିଜକୁ ସଶକ୍ତ ଏବଂ ଉନ୍ନତ କରିବା ସହ ଲୋକସେବାକୁ ଆହୁରି ସରଳ ଏବଂ ସହଜଲବ୍ଧ କରିବା ନିମନ୍ତେ ଏହି ବ୍ୟବସ୍ଥା ସମଗ୍ର ଭାରତବର୍ଷରେ ଓଡ଼ିଶା ରାଜ୍ୟସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ପରିଚିତ ହେବ। ଏହି ଅଭିନବ ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ କ୍ରମଶଃ ଦୃଢ଼ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନୂତନ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ନାଗରିକ କୈନ୍ଦ୍ରିକ, ସୁବ୍ୟବସ୍ଥିତ ଏବଂ ଉତ୍ତରଦାୟୀ କରିବା ନିମନ୍ତେ ହ୍ୱାଟସଆପ୍ ମାଧ୍ୟମରେ ଅଭିଯୋଗ ସମାଧାନ ବ୍ୟବସ୍ଥାର ଆରମ୍ଭ କରାଯାଇଛି ।ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ଆବଶ୍ୟକତା ଅନୁଯାୟୀ ଆହୁରି ଅଧିକ ସରଳ ଏବଂ ଲୋକାଭିମୁଖୀ କରାଯିବ ।

ଆମ ସାଥୀ ହ୍ୱାଟସଆପ୍ ଚାଟବଟ୍ ମାଧ୍ୟମରେ ପୂର୍ବରୁ ମଧ୍ୟ ଅନେକ ରାଜସ୍ୱ ସେବା ଉପଲବ୍ଧ ହେଉଛି । ହ୍ୱାଟସଆପ୍ ୯୪୩୭୨୯୨୦୦୦ ନମ୍ୱର୍ ମାଧ୍ୟମରେ ଆବେଦନ କରି ଜନସାଧାରଣ ମ୍ଯୁଟେସନ୍, ଜମିର କିସମ ପରିବର୍ତନ, ବିବାହ ପଞ୍ଜୀକରଣ, ସୋସାଇଟି ପଞ୍ଜୀକରଣ, ପଞ୍ଜୀକରଣ ସମ୍ବନ୍ଧୀୟ ବିବରଣୀ, ପଞ୍ଜୀକୃତ ଦଲିଲମାନଙ୍କର ସାର୍ଟିଫାଏଡ୍ କପି, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ବିବିଧ ପ୍ରମାଣପତ୍ର ଆଦି ରାଜସ୍ୱ ସେବା ପାଇ ପାରୁଛନ୍ତି ।

ବର୍ତମାନ ଏହି ସବୁ ରାଜସ୍ୱ ସେବା ସହିତ ଆମ ସାଥୀ ହ୍ୱାଟସଆପ୍ ଚାଟବଟରେ ନୂତନ ଭାବେ ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଜମିଜମା, ରେକର୍ଡ଼ ଅଫ୍ ରାଇଟ୍ସ୍, ମ୍ଯୁଟେସନ୍, କଲମ୍ ୨ ସଂଶୋଧନ, କନଭରସନ୍ (ଜମି କିସମ ପରିବର୍ତନ), ପାର୍ଟିସନ୍ (ବିଭାଜନ), ଏନକ୍ରୋଚମେଂଟ୍ (ଜବରଦଖଲ), ଡିମାର୍କେସନ୍, ଓଏଲଆର ୨୨ ଌ ୨୩, ରେଗୁଲେସନ ୨.୦, ଜମି ଖଜଣା (ପାଉତି), ପଞ୍ଜୀକରଣ ଏବଂ ଷ୍ଟାମ୍ପ ଡ୍ୟୁଟି, ବିପର୍ଯ୍ୟୟ ଏବଂ ରିଲିଫ୍, ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ରାଜସ୍ୱ ବିଭାଗ ସମ୍ବନ୍ଧିତ ଅଭିଯୋଗ ସମାଧାନ ନିମନ୍ତେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରଯାଇଛି । ଏହି ବ୍ୟବସ୍ଥା ଓଡ଼ିଶାର ରାଜସ୍ୱ ପ୍ରଶାସନକୁ ନୂତନ ସ୍ୱୀକୃତି ଦେବା ସହ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ହୋଇ ସେମାନଙ୍କ ସମସ୍ୟାର ସମାଧାନକୁ ତ୍ୱରାନ୍ୱିତ ତଥା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି ।

ଏହି ଅବସରରେ ରାୟଗଡା, ଝାରସୁଗୁଡ଼ା ଏବଂ କଟକ ଜିଲ୍ଲା ପକ୍ଷରୁ ଜଣେ ଲେଖାଏଁ ନାଗରିକଙ୍କ ଦ୍ୱାରା ହ୍ୱାଟସଆପ୍ ମାଧ୍ୟମରେ ଏହି ଅଭିଯୋଗ ଆବେଦନ ଏବଂ ପ୍ରଶାସନ ଦ୍ୱାରା ଏହାର ପରିଚାଳନା ତଥା ସମାଧାନ ବ୍ୟବସ୍ଥା ପ୍ରଦର୍ଶିତ ହୋଇଥିଲା କ୍ଷ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ତଥା ଅନ୍ୟାନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande