୨୧ ଅଗଷ୍ଟରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଜନ୍ମ ଶତବାର୍ଷିକ ମହୋତ୍ସବ
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) : ବିଧର୍ମ ଚକ୍ର ବିଦାରକ ଦକ୍ଷ ମହାରଥ ବେଦାନ୍ତ କେଶରୀ ରାଷ୍ଟ୍ରସନ୍ମ ବ୍ରହ୍ମଲୀନ ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ଆସନ୍ତା ଶ୍ରାବଣ ଶୁକ୍ଳ ନବମୀ ତିଥି , ଅଗଷ୍ଟ ୨୧ ତାରିଖରେ ପାଳନ କରାଯିବ । ଆସନ୍ତା ବ
ପିସି


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) : ବିଧର୍ମ ଚକ୍ର ବିଦାରକ ଦକ୍ଷ ମହାରଥ ବେଦାନ୍ତ କେଶରୀ ରାଷ୍ଟ୍ରସନ୍ମ ବ୍ରହ୍ମଲୀନ ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ଆସନ୍ତା ଶ୍ରାବଣ ଶୁକ୍ଳ ନବମୀ ତିଥି , ଅଗଷ୍ଟ ୨୧ ତାରିଖରେ ପାଳନ କରାଯିବ । ଆସନ୍ତା ବର୍ଷ ୨୦୨୭ ନଭେମ୍ବର ପର୍ଯ୍ୟନ୍ତ ସାରା ଭାରତରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡିଶାର ୨୫ ହଜାର ସ୍ଥାନରେ ମହୋତ୍ସବ ପାଳନ ହେବ ବୋଲି ମହୋତ୍ସବ ସମିତି ତରଫରୁ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଅଧ୍ୟକ୍ଷ ସ୍ଵାମୀ ଜୀବନମୁକ୍ତାନନ୍ଦପୁରୀ ଏବଂ ସଂଯୋଜକ ବିନୟ କୁମାର ଭୂୟାଁ ପ୍ରକାଶ କରିଛନ୍ତି ଯେ, ଅଗଷ୍ଟ ୨୧ ତାରିଖ ଦିନ ତାଳଚେରର ଗୁରୁଜଙ୍ଗା ଠାରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ହେବ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା, ଗୋ ପୂଜନ, ଯଜ୍ଞ, ନଗର ପରିକ୍ରମା, ଧର୍ମସଭା, ପ୍ରସାଦ ସେବନ, ଶତାବ୍ଦୀ କାର୍ଯ୍ୟକର୍ତ୍ତାଙ୍କ ବୈଠକ, ସଂଧ୍ୟାରେ ଗାଆଁର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସଂଧ୍ୟା, ନୃତ୍ୟ, ପାଲା ଓ ପୂଜ୍ୟ ସନ୍ଥମାନଙ୍କ ଦ୍ବାରା ପ୍ରବଚନ ପ୍ରଦାନ ଏବଂ ସ୍ଵାମୀଜୀଙ୍କ ଜୀବନାଦର୍ଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ସନ୍ଥ ବ୍ରହ୍ମାନନ୍ଦ ସରସ୍ଵତୀ, ସଚ୍ଚିଦାନନ୍ଦ ମହାରାଜ, ଶିବଦାସ ବାବା, ସ୍ମୃତି ସାଗର ମହାରାଜ,ଜୀବନ ଚୈତନ୍ୟ ମହାରାଜ, ସଚ୍ଚିଦାନନ୍ଦ ଦାସ ମହାରାଜ, ବାବାଜୀ ବିଶ୍ଵନାଥ ଦାସ, ଶରଧାନନ୍ଦ ସରସ୍ଵତୀ, ଅବିନାଶ ବାବା ତଥା ଅନ୍ୟସାଧୁସନ୍ଥଗଣ ଉପସ୍ଥିତ ରହିବେ । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ତଥା ରାଜ୍ୟର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହି ମାର୍ଗ ଦର୍ଶନ କରିବେ ।

ଏହାପରେ ଅଗଷ୍ଟ ୨୩ ବଳିଦାନ ଦିବସ ତାରିଖରୁ ସେପ୍ଟେମ୍ବର ୪ ବଳିଦାନ ତିଥି ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଗାଆଁ ଓ ବସ୍ତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଅକ୍ଟୋବର ୨୦୨୬ରେ ଚକାପାଦରେ ସଂସ୍କୃତ ସମ୍ମିଳନୀ, ଜଳେଶପଟ୍ଟାରେ ମହିଳା ସମ୍ମିଳନୀ ଏବଂ ନଭେମ୍ବରରେ ସମ୍ବଲପୁରରେ ପ୍ରଥମ ମହାସମ୍ମିଳନୀ, ବ୍ରହ୍ମପୁରରେ ଦ୍ଵିତୀୟ ଓ ଭୁବନେଶ୍ଵରରେ ତୃତୀୟ ମହାସମ୍ମିଳନୀ ଅନୁଷ୍ଠିତ ହେବ । ଏହା ବ୍ୟତୀତ ଭାରତର ପ୍ରମୁଖ ସ୍ଥାନ ହରିଦ୍ଵାର, ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ ଓ କଲିକତାରେ ମହା ସମାବେଶମାନ ଆୟୋଜନ ହେବ। ୨୦୨୭ ଜାନୁୟାରୀରୁ ଅପ୍ରେଲ ପର୍ଯ୍ୟନ୍ତ ପ୍ରତି ଗାଆଁ ଓ ବର୍ଷରେ ସନ୍ଥମାନଙ୍କ ଦ୍ୱାରା ଜାଗରଣ ଯାତ୍ରା, ଅପ୍ରେଲ ଓ ମଇ ମାସରେ ବ୍ଳକ ଓ ସହର ମାନଙ୍କରେ ବିଶାଳ ହିନ୍ଦୁ ସମ୍ମିଳନୀମାନ ଆୟୋଜନ କରାଯିବ ।

ଜଣେ ସନ୍ନ୍ୟାସୀ ହୋଇ ସୁଦ୍ଧା ମୋକ୍ଷପାଇଁ ସାଧନାର ମାର୍ଗ ତ୍ୟାଗକରି ଦେଶ ଓ ସମାଜ ସେବାରେ ନିଜକୁ ସମର୍ପଣ କରି ଧର୍ମରକ୍ଷା ପାଇଁ ବଳିଦାନ ଦେଇଥିଲେ ବୋଲି ସ୍ଵାମୀ ଜୀବନମୁକ୍ତାନନ୍ଦପୁରୀ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

ସେ କହିଥିଲେ ସ୍ଵାମୀଜୀ ୧୪ ବର୍ଷ ବୟସରେ ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ୧୯୬୨ ଚୀନ ସହ ଯୁଦ୍ଧ ଏବଂ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ଯୁଦ୍ଧ ପୀଡିତଙ୍କର ସେବାରେ ନିଜକୁ ସମର୍ପିତ କରିଥିଲେ । ତାଙ୍କ ପ୍ରୟାସ ଓ ପ୍ରେରଣାରେ ଦୁଇଟି ସଂସ୍କୃତ ବିଦ୍ୟାଳୟ ଓ ଦୁଇଟି ମହାବିଦ୍ୟାଳୟ କନ୍ଧମାଳରେ ଏବଂ ଗୋଟିଏ ଉଚ୍ଚ ବିଦ୍ୟାଳୟ ତୁଳସୀପୁରରେ ସ୍ଥାପିତ ହୋଇଥିଲା । ମହିଳାଙ୍କ ପାଇଁ ରାତ୍ରୀ ପାଠଶାଳା କନ୍ଧମାଳରେ ଆରମ୍ଭ କରିଥିଲେ । ଯୋଗ ଓ ବ୍ୟାୟମ ଉପରେ ଗୁରୁତ୍ବ ଆରୋପ କରିବା ସହ କନ୍ଧମାଳର କତିଙ୍ଗିଆରେ ଆୟୁର୍ବେଦ ସ୍ଵାସ୍ଥ୍ୟ କେନ୍ଦ୍ର, ରାୟଗଡାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବି ସ୍ଥାପନ କରିଥିଲେ । ନିଜେ ଜୈବିକ କୃଷି ଓ ଗୋପାଳନ କରିବା ସହିତ ସ୍ଥାନୀୟ ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ଛୋଟଛୋଟ ଚେକ୍ ଡ୍ୟାମ କରି ଳସେଚନର ବ୍ୟବସ୍ଥା କରାଇଥିଲେ । କନ୍ଧମାଳର କତିଙ୍ଗିଆରେ ଗୋଟିଏ କୃଷି ସମବାୟ ସମିତି ଆରମ୍ଭ କରିଥିଲେ । ଗ୍ରାମ ସମିତି ମାଧ୍ୟମରେ ଙ୍ଗଲର ସୁରକ୍ଷା କରିବା ସହିତ ପ୍ଲାଷ୍ଟିକ ବର୍ଜନ ପାଇଁ ଉତ୍ସାହ କରୁଥିଲେ । ଘରେ ଘରେ ତୁଳସୀ ଗଛ ଲଗାଇବା ପାଇଁ ଆହ୍ବାନ କରୁଥିଲେ । ଗାଁ ଗାଁରେ କିର୍ତନ ମଣ୍ଡଳୀ, ଜଗନ୍ନାଥ ରଥଯାତ୍ରା, ଧରଣୀ ପେନୁ ଯାତ୍ରା, ପଞ୍ଚ ମହାଯଜ୍ଞ, ସପ୍ତମହାଯଜ୍ଞ କରାଇଥିଲେ । କନ୍ଧମାଳ ଓ ଗଜପତିରେ ୫ଟି ମନ୍ଦିର ଣ କରାଇଥିଲେ । କନ୍ଧମାଳରେ ମହିଳା କୀର୍ତ୍ତନ ମଣ୍ଡଳୀ ବି ଆରମ୍ଭ କରାଇଥିଲେ। ୧୯୬୬ ମସିହାରେ ଦିଲ୍ଲୀରେ କରପାତ୍ରୀଜୀ ମହାରାଜଙ୍କ ଛତ୍ଵରେ ହୋଇଥିବା ଗୋରକ୍ଷା ଆନ୍ଦୋଳନରେ ଭାଗ ନେଇ ୧୮ ଦିନ ପାଇଁ କାରାବରଣ କରିଥିଲେ । ଓଡିଶାରେ ୧୯୬୭ ମସିହାରେ ନିଜ ନେତୃତ୍ଵରେ ଗୋରକ୍ଷା ଆନ୍ଦୋଳନ ଚଳାଇ ଅଢେଇମାସ କାରାବାସ ଭୋଗିଥିଲେ । ଧର୍ମରକ୍ଷା ନିମନ୍ତେ ଧର୍ମାନ୍ତରୀତ ହିନ୍ଦୁମାନଙ୍କୁ ପୁନର୍ବାର ନିଜ ଧର୍ମକୁ ।ଇ ଆଣୁଥିବା କାରଣରୁ ୨୦୦୮ ପବିତ୍ର ଜନ୍ମାଷ୍ଟମୀ ଦିନ ବିଧର୍ମୀମାନେ ତାଙ୍କୁ ତଥା ତାଙ୍କର ୪ ସହଯୋଗୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । କିମ୍ବଦନ୍ତୀ ମହାପୁରୁଷ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ତାଙ୍କ କର୍ମମୟ ଜୀବନ ଓ ସୁବିଚାର ର ହିନ୍ଦୁ ଧର୍ମର ସୁରକ୍ଷା( ଧର୍ମାନ୍ତକରଣ ରୋକିବା), ଘରେ ଘରେ ଗୋପାଳନ କରିବା, ବୃକ୍ଷରୋପଣ କରିବା, ମା-ମାଟି-ମାତୃଭାଷା ଓ 2 ସୁରକ୍ଷା ନିମନ୍ତେ ଏହି ପଞ୍ଚ ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ଭୂୟାଁ ନିବେଦନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande